Welcome!

Unlock your personalized experience.
Sign Up

ଭକ୍ତଙ୍କ ପାଇଁ ବିହାର ଜମିଦାର ଖୋଳିଥିଲେ କୂଅ, ଏବେ ମହାପ୍ରଭୁଙ୍କ ଅଧରପଣା ନୀତିରେ ଲାଗି ହେଉଛି ପାଣି...

Jul 26, 2026 - 11:43
ଭକ୍ତଙ୍କ ପାଇଁ ବିହାର ଜମିଦାର ଖୋଳିଥିଲେ କୂଅ, ଏବେ ମହାପ୍ରଭୁଙ୍କ ଅଧରପଣା ନୀତିରେ ଲାଗି ହେଉଛି ପାଣି...

ପୁରୀ, ୨୬/୦୭: ଦ୍ୱାଦଶୀ ତିଥିରେ ରଥାରୂଢ଼ ଠାକୁରଙ୍କୁ ଅଧର ପଣା ଭୋଗ ଲାଗି କରାଯାଏ । ଚତୁର୍ଦ୍ଧାମୂର୍ତ୍ତିଙ୍କ ଅଧର ଉଚ୍ଚା ତୁମ୍ୱାକୃତି ମାଟିପାତ୍ରରେ ପଣା ପ୍ରସ୍ତୁତ କରାଯାଇଥାଏ । ଭୋଗ ପରେ ରଥ ଉପରେ ହାଣ୍ଡି ଭଙ୍ଗାଯାଏ । କୁହାଯାଏ ଉକ୍ତ ଭୋଗ ପଣା ରଥ ପାର୍ଶ୍ବଦେବଦେବୀ, ଅଶରୀର ତଥା ଚଣ୍ଡୀ ଚାମଣ୍ଡାଙ୍କ ଉଦ୍ଦେଶ୍ୟରେ ସମର୍ପଣ କରାଯାଏ । ତେବେ ଜାଣିଛନ୍ତି କେଉଁ କୂଅ ପାଣିରେ ଅଧର ପଣାରେ ପ୍ରସ୍ତୁତ କରାଯାଏ। ଏହି କୂଅକୁ କିଏ ନିର୍ମାଣ କରିଥିଲେ। କ'ଣ ରହିଛି ପୌରାଣିକ ଇତିହାସ। ଆସନ୍ତା ଜାଣିବ।...

୧୯୨୩ ମସିହରେ ବିହାର ପାଟଣାରୁ ଆସିଥିଲେ ଜଣେ ଜମିଦାର। ତାଙ୍କ ନାଁ ରାୟ ସାଖି ଚାନ୍ଦ ବାହାଦୁର। ମହାପ୍ରଭୁଙ୍କୁ ଦର୍ଶନ କରି ତାଙ୍କ ମନ କାନ୍ଦି ଉଠିଲା। ଯାତ୍ରୀମାନଙ୍କ ପାଣି କଷ୍ଟ ଦେଖି ସେ ସିଂହଦ୍ୱାର ଆଗରେ ନିଜ ଖର୍ଚ୍ଚରେ ଏକ କୂଅ ଖୋଳାଇଲେ ଏବଂ ପାଟଣା ହନୁମାନଙ୍କ ମନ୍ଦିର ତିଆରି କରିଥିଲେ।

ଅଧିକ ପଢ଼ନ୍ତୁ :- Adhara Pana: ଆଜି ରଥରେ ଶ୍ରୀଜିଉଙ୍କ ଅଧର ପଣା ଭୋଗ ଲାଗି ନୀତି, ଅଶରୀର ଓ ଚଣ୍ଡୀ ଚାମଣ୍ଡାଙ୍କ ଉଦ୍ଦେଶ୍ୟରେ ସମର୍ପଣ କରାଯିବ ପଣା

ସେ ଟଙ୍କା ଦେଲେନି, ସେ ଦେଲେ ନିଜକୁ। ଶିଳାଲେଖରେ ଲେଖିଲେ - "Rai Sakhi Chand Bahadur, Of Patna"। ଯେମିତି ଦୁନିଆ ଜାଣୁ ଦୂରରୁ ଆସିଥିବା ଭକ୍ତ ବି ସେବା କରିପାରେ।ଆଉ ଆଜି ଅଧରପଣା ନୀତି। ସେବାୟତମାନେ ମହାପ୍ରଭୁଙ୍କ ପାଇଁ ପଣା ତିଆରି କରିବାକୁ ସେଇ କୂଅରୁ ହିଁ ପାଣି ନେବେ । ଶ୍ରୀଜିଉ ମାନେ ପଣା ପାଇବେ।

ଜଣେ ଭକ୍ତ ୧୦୩ ବର୍ଷ ତଳେ ଯେଉଁ ସେବା ଆରମ୍ଭ କଲା, ତାହା ଆଜି ବି ଜୀବିତ।କୁହାଯାଏ ରଥ ଟାଣିବା ଆଗରୁ ଏଇଠି ଦ୍ୱାରପାଳ ହନୁମାନଙ୍କୁ ପୂଜା କରିବାକୁ ହୁଏ। ତାଙ୍କ ଅନୁମତି ବିନା ରଥ ଗଡେନାହିଁ।ସତରେ ଭକ୍ତିର କୌଣସି ସୀମା ନାହିଁ। ନା ଜାତି, ନା ରାଜ୍ୟ। କେବଳ ଶ୍ରଦ୍ଧା।

କିଏ ଥିଲେ?

ସେ ବିହାରର ପାଟଣାର ଜଣେ ଧନୀ ଜମିଦାର/ବନିକ ଥିଲେ। " ରାୟ ବାହାଦୁର" ଉପାଧି ବ୍ରିଟିଶ ସରକାର ସମାଜସେବା କରୁଥିବା ଲୋକଙ୍କୁ ଦେଉଥିଲେ। ତେଣୁ ସେ ନିଜ ଅଞ୍ଚଳରେ ବହୁତ ସମ୍ମାନୀୟ ବ୍ୟକ୍ତି ଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।