ଶେଷ ରଜ

Jun 17, 2026 - 16:37
ଶେଷ ରଜ


ଆନନ୍ଦ ଉଲ୍ଲାସରେ ଓଡିଶାବାସୀ ପାଳୁଛନ୍ତି ରଜ । ଏହି ପର୍ବର ଦୁଇଦିନ ବିତିସାରିବା ପରେ ଏବେ ଶେଷ ରଜ ଆସିଛି, ସବୁଆଡେ ପିଠାପଣା ଓ ବିଭିନ୍ନ ଖେଳର ଆସର ଜମିଛି,  ଗାଁ ହେଉ ବା ସହର, ଅନେକ ସ୍ଥାନରେ ବିଭିନ୍ନ ଉତ୍ସବ ଆୟୋଜନ କରାଯାଇ ରଜ ପର୍ବକୁ ମନଭରି ପାଳନ କରାଯାଉଛି । ଛୋଟ ଠାରୁ ଆରମ୍ଭ କରି ବଡମାନେ ମଧ୍ୟ ଏଥିରେ ମାତିଛନ୍ତି । ବିଭିନ୍ନ ଆଲୋକ ସାଙ୍ଗକୁ ସାଜସଜ୍ଜା ଏବଂ ମାଇକ୍‌ ଲାଗି ଉତ୍ସାହ ସହକାରେ ଲୋକେ ଏହାକୁ ମନାଉଛନ୍ତି । ଉତ୍ସବମାନଙ୍କରେ ଦୋଳିକୁ ଆକର୍ଷଣୀୟ ଭାବେ ସଜାଇବା ସାଙ୍ଗକୁ ଅନେକ ପ୍ରତିଯୋଗିତା ଯେଭଳି ମ୍ୟୁଜିକ୍‌ ଚେୟାର, ପୁଚି ଖେଳ, ଲୁଡୁ ଖେଳ, ଶଙ୍ଖ ବଜାଇବା, ହୁଳହୁଳି ପକାଇବା, ପୋଡପିଠା, ନାଚଗୀତ ଆଦି କରାଯାଉଛି, ପ୍ରତିଯୋଗିତାରେ ଭଲ କରୁଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କୃତ ମଧ୍ୟ କରାଯାଉଛି, ଭଳିକି ଭଳି ଡ୍ରେସ୍‌ ପିନ୍ଧି ଝିଅବୋହୂମାନେ ସଜବାଜ ହୋଇ ପାନ ଖାଇ ବିଭିନ୍ନ ଖେଳର ଆସର ଜମାଉଛନ୍ତି । ପୁଅମାନେ ମଧ୍ୟ ଏଥିରୁ ବାଦ୍‌ ପଡିନାହାନ୍ତି, ଦୋଳି ଖେଳ ହେଉ ବା କବାଡି ଖେଳ, ଲୁଡୁ ଖେଳ ଆଦି ସାଙ୍ଗସାଥିଙ୍କ ଗହଣରେ ଖେଳୁଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।