ବ୍ୟାଙ୍କରୁ ଟଙ୍କା ଉଠାଇ ଆସୁଥିଲେ, ୫ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
ଗଜପତି, ୧।୮ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖାରୁ ୫ ଲକ୍ଷ ଟଙ୍କା ଉଠାଇ ବାହାରକୁ ଆସୁଥିବା ବେଳେ ଜଣେ ବ୍ୟକ୍ତିଙ୍କ ଗାଡ଼ିରୁ ଟଙ୍କା ଝାମ୍ପି ନେଇଛନ୍ତି ଦୁର୍ବୃତ୍ତ। ଲୁଟର ଶିକାର ହୋଇଛନ୍ତି ସାଇଲଢା ଗ୍ରାମର ଏମ୍. ସୂରିୟା ରାଓ । ତେବେ ପୁଲିସ ତଦନ୍ତ କରି ଜଣେ ଲୁଟେରାକୁ କାବୁ କରିଛି।
ନିଜର ଘର କାମ ପାଇଁ ଆଜି ପାରଳାଖେମୁଣ୍ଡି ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖାକୁ ଏମ.ସୁରିୟା ଆସିଥିଲେ। ବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଉଠାଇ ସେ ବାହାରକୁ ବାହାରୁଥିବା ସମୟରେ ପୂର୍ବରୁ ଲୁଚି ବସିଥିବା ଲୁଟେରାମାନେ ଚତୁରତାର ସହ ରାସ୍ତା ରେ କିଛି ଖୁଚୁରା ଟଙ୍କା ପକାଇ ଦେଇଥିଲେ। ସୂରିୟାଙ୍କୁ ଲୋଭ ଦେଖାଇ, ଖୁଚୁରା ଟଙ୍କା ଗୋଟାଇବା ସମୟରେ ତାଙ୍କ ଗାଡିରୁ ଟଙ୍କା ଭର୍ତ୍ତି ବ୍ୟାଗକୁ ଝାମ୍ପି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ଲୁଟେରା।ଏହି ଲୁଟ୍ କାଣ୍ଡରେ ୪ ଜଣିଆ ଦୁର୍ବୃତ୍ତ ଗ୍ରୁପ୍ ସାମିଲ ଥିଲେ ପୋଲିସ ପକ୍ଷରୁ ମିଳିଛି ସୂଚନା। ଏମ୍. ସୂରିୟା ରାଓ ସଙ୍ଗେ ସଙ୍ଗେ ପାରଳାଖେମୁଣ୍ଡି ଥାନାରେ ଏକ ଲିଖିତ ଅଭିଯୋଗ ଦାୟର କରିଛନ୍ତି। ଅଭିଯୋଗକୁ ଆଧାର କରି ପୋଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଲୁଟେରାଙ୍କୁ ଚିହ୍ନଟ କରିବା ପାଇଁ ବ୍ୟାଙ୍କ ଓ ଆଖପାଖ ଅଞ୍ଚଳରେ ଲଗାଯାଇଥିବା ସିସିଟିଭି ଫୁଟେଜ ଯାଞ୍ଚ କରିବା ଜଣେ ଲୁଟେରା କୁ ଧରିବାରେ ସକ୍ଷମ ହୋଇଛି ପୋଲିସ। ତେବେ ଏହି ଘଟଣାରେ ଅନ୍ୟ ମାନେ ବର୍ତ୍ତମାନ ସୁଦ୍ଧା ପୋଲିସ୍ ହାତରେ ଧରା ପଡ଼ିନାହାନ୍ତି। ପୂର୍ବରୁ ପାରଳାଖେମୁଣ୍ଡି ତଥା ଆଖପାଖ ଅଞ୍ଚଳରେ ଅନେକ ଲୁଟ ଘଟଣାରେ ଏହି ଗ୍ୟାଙ୍ଗ ସାମିଲ୍ ଥିଲା ପୋଲିସ ତାର ପ୍ରାଥମିକ ତଦନ୍ତରୁ ଜଣାପଡିଛି।
ଆହୁରି ପଢନ୍ତୁ : କୁଲଡିହା ଅଭୟାରଣ୍ୟରେ ଚାଲିଛି ଅବୈଧ ଶିକାର: ୨ ଶିକାରୀ ଗିରଫ, ବନ୍ଧୁକ ଜବତ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।