ବିଧାୟକଙ୍କ ନାଁରେ ଠକେଇ, ଥାନାରେ ଅଭିଯୋଗ…
ବାସୁଦେବପୁର,୪ା୭(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲା ବାସୁଦେବପୁର ବିଧାୟକ ତଥା ବିରୋଧି ଦଳର ଉପନେତା ଅଶୋକ କୁମାର ଦାସଙ୍କ ଫୋନ ନମ୍ବରକୁ ସାଇବର ଠକ ହ୍ୟାକ କରି ବିଧାୟକଙ୍କ ଆତ୍ମୀୟ ଓ ସମର୍ଥକଙ୍କଠାରୁ ଅର୍ଥ ନେବା ପାଇଁ ଯୋଜନା ଘଟଣା ଶନିବାର ପଦାକୁ ଆସିଛି। ଏନେଇ ବିଧାୟକ ସାଇବର ଥାନାରେ ଅଭିଯୋଗ କରିଛନ୍ତି। ସେ ଅଭିଯୋଗରେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି ମତ ରଖିଛନ୍ତି। ଏପରିକି ସାଇବର ଠକଙ୍କ ସମର୍ଥକ ଓ ଆତ୍ମୀୟଙ୍କଠାରୁ ଯେଉଁ ଅର୍ଥ ନେବାକୁ ଉଦ୍ୟମ କରିଛନ୍ତି ତାଙ୍କୁ କେହି ସହଯୋଗ କରନ୍ତୁ ନାହିଁ କି ଗୋଟିଏ ବି ଟଙ୍କା ଦିଅନ୍ତୁ ନାହିଁ ବୋଲି ବିଧାୟକ ସର୍ବସାଧାରଣ ଓ ସମର୍ଥକଙ୍କୁ ନିବେଦନ କରିଛନ୍ତି।
ବିଧାୟକ ଭୁବନେଶ୍ୱରରେ ଥିବା ବେଳେ ସାଇବର ଠକମାନେ ଯୋଜନାବଦ୍ଧ ଭାବେ ଓଡ଼ିଶା ବିଧାନସଭାର କିଛି ଦରକାରୀ ଦସ୍ତାବିଜ(କାଗଜପତ୍ର) କୋରୟର ମାଧ୍ୟମରେ ଆସିଛି କହି ବିଧାୟକଙ୍କ ଲୋକେଶନ ଠିକଣା ମାଗିଥିଲେ। ଓଟିପି ଦେଲେ କୋରିୟର ବୟ ତାଙ୍କ ପାଖରେ ଲୋକେଶନ ଜାଣି ତାଙ୍କ ନାମରେ ଆସିଥିବା ଡକ୍ୟୁମେଣ୍ଟ ପହଞ୍ଚାଇଦେବ ବୋଲି ବିଶ୍ୱାସ ଜନ୍ମାଇ ଓଟିପି ନେବା ପରେ ଏପରି ଠକାମୀ ଉଦ୍ୟମ କରିଛନ୍ତି। କିଛି ସମୟ ପରେ ବିଧାୟକ ନିଜ ଲୋକଙ୍କଠାରୁ ଏହି ଠକାମି ବାବଦରେ ଜାଣିବା ପରେ ସାଇବର ଥାନାକୁ ଯାଇ ପୋଲିସର ସହାୟତା ଲୋଡିଛନ୍ତି। ବିଧାୟକ ଏନେଇ ତଦନ୍ତ ଓ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି।
The post ବିଧାୟକଙ୍କ ନାଁରେ ଠକେଇ, ଥାନାରେ ଅଭିଯୋଗ… appeared first on Dharitri Odia News.