ବାଟବଣା ଆବାସ ଯୋଜନା … ପ୍ରକୃତ ହିତାଧିକାରୀଙ୍କୁ ମିଳୁନି ଘର
ନନ୍ଦିଘୋଷ ବ୍ୟୁରୋ: ନୂଆଁଣିଆ ଚାଳ ଘର । ଉପରେ ପଡ଼ିଛି ଜରି ପାଲ । ତା ଭିତରେ ଦିନ କାଟୁଛନ୍ତି ୮ ପ୍ରାଣୀ କୁଟୁମ୍ବ ।… ଜୀବନ ଚିନ୍ତାରେ କଟକ ଜିଲ୍ଲା ବଡ଼ମ୍ବା ବ୍ଲକ ଖୁଣ୍ଟକଟା ଗାଁର ଯଦୁମଣି ବେହାରଙ୍କ ପରିବାର । ଆବାସ ଯୋଜନାରେ ଘର ଖଣ୍ଡେ ପାଇଁ ଯଦୁମଣି ଓ ତାଙ୍କ ଭାଇ ନିରଞ୍ଜନ ବେହେରା ଅନେକ ଥର ପ୍ରଶାସନର ଦ୍ଵାରସ୍ଥ ହେଲେଣି । ଖାଲି ମିଳୁଛି ଫମ୍ପା ପ୍ରତିଶୃତି । ହେଲେ ଗରିବଙ୍କ କଥା ଶୁଣୁଛି କିଏ ? ବାଧ୍ୟ ହୋଇ ନୂଆଁଣିଆ ଚାଳ ଘରେ କାଳ କାଟୁଛନ୍ତି ପୂରା ପରିବାର । ବର୍ଷା ଲାଗି ରହିଲେ ଅନ୍ୟ ବାରଣ୍ଡାରେ ନେଉଛନ୍ତି ଆଶ୍ରୟ । …
ଗରିବ ମାନଙ୍କ ପାଇଁ ସରକାରଙ୍କ ମାଳମାଳ ଯୋଜନା ରହିଛି । ହେଲେ ଯଦୁମଣିଙ୍କ ପରିବାକୁ କାହିଁକି ମିଳୁନି ଘର ଖଣ୍ଡେ ? ଏଥିପାଇଁ ଦାୟୀ କିଏ ? ଅନ୍ୟପଟେ ଜଦୁମଣିଙ୍କୁ ଖୁବଶୀଘ୍ର ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ଘର ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି ବିଡ଼ିଓ ।…
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।