ବନ୍ୟା ସଙ୍କଟକୁ ନେଇ ଚିନ୍ତା ପ୍ରକଟ କଲେ ଧମେନ୍ଦ୍ର ପ୍ରଧାନ, ସମ୍ବଲପୁରବାସୀଙ୍କୁ…
ଭୁବନେଶ୍ୱର,୩୧।୭: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଏବେ ଓଡ଼ିଶାର ୬ ଜିଲାରେ ବନ୍ୟା ସଙ୍କଟ ସୃଷ୍ଟି କରିଥିବାବେଳେ ୯ ଜିଲାରେ ବିଶେଷ ପ୍ରଭାବ ପକାଇଛି। ବନ୍ୟାରେ ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର ଏବଂ ସମ୍ବଲପୁର ଜିଲାର ପ୍ରାୟ ୫୭ଟି ବ୍ଲକରେ ୫ ଲକ୍ଷ ୨୬ ହଜାର ୮୦୦ ଲୋକ ପ୍ରଭାବିତ ହୋଇଥିବାବେଳେ ଢେଙ୍କାନାଳରେ ୪ ଏବଂ କେନ୍ଦୁଝରରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ବନ୍ୟା ପରିସ୍ଥିତିକୁ ନେଇ ସମ୍ବଲପୁର ଏମ୍ପି ଧମେନ୍ଦ୍ର ପ୍ରଧାନ ଚିନ୍ତାପ୍ରକଟ କରିଛନ୍ତି। ଜଳବନ୍ଦୀ ସମସ୍ୟାର ନିରାକରଣ ପାଇଁ ସେ ଓଡ଼ିଶାର ପଞ୍ଚାୟତିରାଜ, ଗ୍ରାମୀଣ ବିକାଶ ଓ ପାନୀୟ ଜଳ ମନ୍ତ୍ରୀ , ଜିଲା ପ୍ରଶାସନ, ସ୍ଥାନୀୟ ଜନପ୍ରତିନିଧି, ବୁଦ୍ଧିଜୀବୀ ଓ ସାମାଜିକ ସଂଗଠନର ସଦସ୍ୟମାନଙ୍କ ସହ ଭର୍ଚ୍ଚୁଆଲ ଆଲୋଚନା କରିଛନ୍ତି। ଏନେଇ ଏକ୍ସରେ ସୂଚନା ଦେଇ କହିଛନ୍ତି, ସମ୍ବଲପୁରବାସୀଙ୍କୁ ଜଳବନ୍ଦୀ ସମସ୍ୟାରୁ ମୁକ୍ତି ଦେବା ଆମର ପ୍ରାଥମିକତା । ବର୍ତ୍ତମାନ ସମୟରେ ପ୍ରଶାସନ ତତ୍ପରତା ସହ କାର୍ଯ୍ୟ କରିବା ପ୍ରଶଂସନୀୟ । ସମସ୍ୟାର ନିରାକରଣ ପାଇଁ ସ୍ଥାନୀୟ ବିଶେଷଜ୍ଞ ଓ ସିଭିଲ ସୋସାଇଟି ଦ୍ୱାରା ଆସିଥିବା ସମସ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ସ୍ବାଗତଯୋଗ୍ୟ । ଏହି ସମୟରେ କୌଣସି ପରିବାର ଯେପରି ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ ନହୁଅନ୍ତି, ସେଥିପାଇଁ ଜଳ ଯୋଗାଣ ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦେବା ସହ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବା ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛି।
Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।