ଏଇ ଭାରତରେ
ଶକ୍ତିର ଅଭାବକୁ ଦେଖି ଦେଶରେ ସବୁଜ ଶକ୍ତି ଉତ୍ପାଦନ ଉପରେ ଗୁରୁତ୍ୱ ଦିଆଯାଉଛି। ଏହି କ୍ରମରେ ଏବେ ସୌର ଗାଁ ସୃଷ୍ଟି କରାଯାଉଛି। ଏମିତି ଏହି ଗାଁ ହେଉଛି ମହାରାଷ୍ଟ୍ରର ଶେଲାକ୍ୱଓ୍ବୋଡ଼ି। ମହାରାଷ୍ଟ୍ରର କୋହ୍ଲାପୁରଠାରୁ ୧୪ କି.ମି. ଦୂରରେ ଅବସ୍ଥିତ ଏହି ଗାଁ ତାହାର ଆବଶ୍ୟକ ବିଦ୍ୟୁତ୍ ସୌରଶକ୍ତିରୁ ପାଉଛି। ସରକାରୀ ଯୋଜନା ଅନୁଯାୟୀ ସବୁ ଘର ଛାତ ଉପରେ ସୋଲାର ପ୍ୟାନେଲ ରହିଛି ଓ ସବୁ ପରିବାର ସୌରଶକ୍ତି ଉତ୍ପାଦନ କରୁଛନ୍ତି। ପ୍ରତ୍ୟେକ ସୋଲାର ସିଷ୍ଟମ ପାଇଁ ୫୦,୦୦୦ରୁ ୧.୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଏବେ ପ୍ରତି ପରିବାରର ଇଲେକ୍ଟ୍ରି ବିଲ୍ ବାବଦ ଖର୍ଚ୍ଚ ହ୍ରାସ ହୋଇଛି। ସୋଲାର ବିଦ୍ୟୁତ୍ ବ୍ୟବହାର କରିବା ପୂର୍ବରୁ କେତେକ ପରିବାର ମାସକୁ ପାଖାପାଖି ୨୦୦୦ ଟଙ୍କା ଇଲେକ୍ଟ୍ରି ବିଲ୍ ବାବଦକୁ ଦେଉଥିଲେ। ଏବେ ତାହା ୧୩୦ ଟଙ୍କାକୁ ଖସିଆସିଛି। ବଡ଼ କଥା ହେଉଛି ପରିବାରଗୁଡ଼ିକର ସୋଲାର ସିଷ୍ଟମ ଗ୍ରୀଡ୍ ସହ ସଂଯୋଗ ହୋଇଛି, ଫଳରେ ସେମାନେ ବଳକା ବିଦ୍ୟୁତ୍ ଯୋଗାଇ ଦେଇ ଆର୍ଥିକ ଲାଭ ପାଇପାରୁଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।