ଫିଜିକ୍ସରେ ବୈଜ୍ଞାନିକ ଫ୍ରାନ୍ସିସ୍ ହାଲଜେନଙ୍କୁ ନୋବେଲ ସମ୍ମାନ

Oct 06, 2026 - 18:06
ଫିଜିକ୍ସରେ ବୈଜ୍ଞାନିକ ଫ୍ରାନ୍ସିସ୍ ହାଲଜେନଙ୍କୁ ନୋବେଲ ସମ୍ମାନ

ନନ୍ଦିଘୋଷ ବ୍ୟୁରୋ: ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ଘୋଷଣା । ରୟାଲ ସ୍ବଡ଼ିସ୍ ଏକାଡ଼େମୀ ଅଫ୍ ସାଇନ୍ସେସ୍ ପକ୍ଷରୁ ପଦାର୍ଥ ବିଜ୍ଞାନରେ ବୈଜ୍ଞାନିକ ଫ୍ରାନ୍ସିସ୍ ହାଲଜେନଙ୍କୁ ନୋବେଲ ସମ୍ମାନ ନେଇ ମନୋନୀତ କରାଯାଇଛି ।

ରୟାଲ ସ୍ବଡ଼ିସ୍ ଏକାଡ଼େମୀ ଅଫ ସାଇନ୍ସେସ୍ ପକ୍ଷରୁ ତାଙ୍କୁ ଆଇସକ୍ୟୁବ ନ୍ୟୁଟ୍ରିନୋ ଅବଜରଭେଟୋରିରେ ଗୁରୁତ୍ବପୂର୍ଣ୍ଣ ଅବଦାନ ଓ ମହାକାଶରୁ ପୃଥିବୀକୁ ଆସୁଥିବା ଅତ୍ୟଧିକ ଶକ୍ତିଶାଳୀ ନ୍ୟୁଟ୍ରିନୋ କଣିକାର ଆବିଷ୍କାର ପାଇଁ ତାଙ୍କୁ ନୋବଲେ ସମ୍ମାନ ପାଇଁ ଚୟନ କରାଯାଇଛି। ବୈଜ୍ଞାନିକ ଫ୍ରାନ୍ସିସ୍ ହାଲଜେନ୍ ଦକ୍ଷିଣ ମେରୁର ବରଫ ଚାଦର ବ୍ୟବହାର କରି ନ୍ୟୁଟ୍ରିନୋ ନାମକ ରହସ୍ୟମୟ କଣିକାଗୁଡ଼ିକ ଟ୍ରାକ କରିବା ପାଇଁ ଏକ କୌଶଳର ଉଦ୍ଦଭାବନ କରିଛନ୍ତି । ଯାହା ଜ୍ୟୋର୍ତିବିଜ୍ଞାନର ଏକ ସମୂର୍ଣ୍ଣ ନୂତନ ଶାଖାର ମୂଳଦୁଆ ସ୍ଥାପନ କରିଛି ।

ନ୍ୟୁଟ୍ରିନୋ ଅତ୍ୟନ୍ତ କ୍ଷୁନ୍ଦ୍ର କଣିକା ଅଟେ । ଏସବୁ ସୂର୍ଯ୍ୟ, ତାରା ଓ ମହାକାଶରେ ଘଟୁଥିବା ଶକ୍ତିଶାଳୀ ଘଟଣାରୁ ଉତ୍ପନ ହୁଅନ୍ତି । ପ୍ରତି ସେକେଣ୍ତରେ କୋଟି କୋଟି ନ୍ୟୁଟ୍ରିନୋ ପୃଥିବୀ ଓ ଆମ ଶରୀର ଦେଇ ଅତିକ୍ରମ କରୁଥିଲେ ମଧ୍ୟ ଏହାର ପ୍ରଭାବ ଆମେ ଅନୁଭବ କରିପାରୁନାହୁଁ । ଏହି କ୍ଷୁନ୍ଦ୍ର କଣିକା ଗୁଡ଼ିକ ପଦାର୍ଥ ମଧ୍ୟ ଦେଇ ବିନା ଧକ୍କାରେ ଅତିକ୍ରମ କରିଥାଆନ୍ତି । ତେବେ ଏହି ସମସ୍ୟାର ସମାଧାନ ନେଇ ହାଲଜେନ୍ ସଫଳ ହୋଇଛନ୍ତି । ତେବେ ଆସନ୍ତା ଡ଼ିସେମ୍ବର ମାସରେ ସ୍ବିଡ଼େନର ରାଜଧାନୀ ଷ୍ଟକହୋମରେ ତାଙ୍କୁ ନୋବେଲରେ ସମ୍ମାନିତ କରାଯିବ । ୨୦୨୬ ବର୍ଷ ପାଇଁ ନୋବେଲ ପୁରସ୍କାର ରାଶି ୧୨ ନିୟୁତ ସ୍ୱିଡିସ୍ କ୍ରୋନର (ଭାରତୀୟ ମୁଦ୍ରାରେ ପ୍ରାୟ ୧୧.୫ ରୁ ୧୨ କୋଟି) ବୋଲି ସ୍ଥିର କରାଯାଇଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)