Welcome!

Unlock your personalized experience.
Sign Up

ପ୍ଲେଇଂ ୧୧ରେ ବୈଭବଙ୍କୁ ସ୍ଥାନ ନମିଳିବା ନେଇ ଫ୍ୟାନ୍ସ ଦେଲେ ଏମିତି ଚେତାବନୀ

Jun 26, 2026 - 19:21
ପ୍ଲେଇଂ ୧୧ରେ ବୈଭବଙ୍କୁ ସ୍ଥାନ ନମିଳିବା ନେଇ ଫ୍ୟାନ୍ସ ଦେଲେ ଏମିତି ଚେତାବନୀ

ନୂଆଦିଲ୍ଲୀ: ଲାଗୁଥିଲା ଦୀର୍ଘଦିନ ଧରି ଲାଗି ରହିଥିବା ଚର୍ଚ୍ଚାର ଘଟିବ ଅନ୍ତ । ଟିମ୍ ଇଣ୍ଡିଆରେ ଡେବ୍ୟୁ କରିବେ ବୈଭବ ସୂର୍ଯ୍ୟବଂଶୀ । ସାରା ବିଶ୍ବ ଏହି ୧୫ ବର୍ଷୀୟ କ୍ରିକେଟରଙ୍କ ଅନ୍ତର୍ଜାତୀୟ ଡେବ୍ୟୁକୁ ଚାହିଁଥିଲା । ମାତ୍ର ଏହା ହୋଇନାହିଁ । ଆୟାର୍ଲାଣ୍ଡ ବିପକ୍ଷ ପ୍ରଥମ ଟି-୨୦ର ପ୍ଲେଇଂ ଇଲେଭେନରୁ ବାଦ ପଡ଼ିଛନ୍ତି ବୈଭବ । ଯାହାକୁ ଫ୍ୟାନ୍ସଙ୍କ ମଧ୍ୟରେ ନିରାଶା ଭାବ ଦେଖିବାକୁ ମିଳିଛି । ବୈଭବଙ୍କୁ ସୁଯୋଗ ନମିଳିବାକୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିବା ଆରମ୍ଭ କରିଛନ୍ତି । ଅନେକ କହିଛନ୍ତି କି, ବୈଭବ ନାହାନ୍ତି ମାନେ ଆମେ ଖେଳ ଦେଖିବୁ ନାହିଁ ।

ଏହାସହ ଟିମ୍ ଇଣ୍ଡିଆ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବାବେଳେ ଅନେକ କହିଛନ୍ତି କି, ଯଦି ବୈଭବ ଦଳରେ ଥାଆନ୍ତେ ତାହେଲେ ଦଳ ପ୍ରଥମେ ବ୍ୟାଟିଂ ନେଇଥାନ୍ତା । ମାତ୍ର ଆଜିର ମ୍ୟାଚରେ ସେ ଖେଳୁନଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ସେପଟେ ବୈଭବଙ୍କୁ ଆଜିର ମ୍ୟାଚରେ ଖେଳିବାର ସୁଯୋଗ ନମିଳିବା ନିଷ୍ପତ୍ତିକୁ ଅନେକ ଫ୍ୟାନ୍ସ ସମାଲୋଚନା କରିଛନ୍ତି । ୟୁଜର୍ସମାନେ ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି କି, ଆଇପିଏଲରେ ଚମତ୍କାର ବ୍ୟାଟିଂ ପରେ ମଧ୍ୟ କାହିଁକି କରାଯାଉଛି ଅପେକ୍ଷା ?

ଏହାସହ ସୋସିଆଲ ମିଡିଆରେ ଅନେକ କ୍ରୀଡ଼ାପ୍ରେମୀ ଆଜିର ମ୍ୟାଚ୍ ଦେଖିବାକୁ ସିଧାସିଧା ମନା କରି ଦେଇଥିବା ମଧ୍ୟ ଦେଖିବାକୁ ମିଳିଛି । ଅସନ୍ତୋଷ ଝାଡ଼ି ଜଣେ ଫ୍ୟାନ ଲେଖିଛନ୍ତି କି, ଯଦି ବୈଭବ ଖେଳୁନାହାନ୍ତି ତାହେଲେ ଏହି ମ୍ୟାଚ ଦେଖିବାର କୌଣସି ମୂଲ୍ୟ ନାହିଁ । ଏବେ ଡେବ୍ୟୁ ହୋଇନଥିବାବେଳେ ଆୟାର୍ଲାଣ୍ଡ ବିପକ୍ଷ ଦ୍ବିତୀୟ ଟି-୨୦ରେ ବୈଭବ ଡେବ୍ୟୁ କରିପାରନ୍ତି ବୋଲି କୁହାଯାଉଛି । ବୈଭବଙ୍କ ଡେବ୍ୟୁ ପାଇଁ ପୁଣି ଅପେକ୍ଷା କରିବାକୁ ପଡ଼ିବ ।

ଏହାସହ ପଢ଼ନ୍ତୁ : ଜାତୀୟ ଅନ୍ତଃ ରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିଅନସିପ୍‌: ୨୦୦ ମିଟରରେ ଅନିମେଶଙ୍କୁ ଏସିଆଡ୍‌ ଟିକେଟ