ପ୍ରଶାସନ କଲା ନାହିଁ, ନିଜେ ତିଆରି କଲେ ରାସ୍ତା

Jul 17, 2026 - 19:24
ପ୍ରଶାସନ କଲା ନାହିଁ, ନିଜେ ତିଆରି କଲେ ରାସ୍ତା

ଖଡ଼ିଆଳ,୧୭ା୭ (ସୁଜିତ କୁମାର ପ୍ରଧାନ)- ଖଡ଼ିଆଳ ଏନ୍‌ଏସି ୱାର୍ଡ ନଂ.୧୧ ପୁଟୁପଡ଼ା ମୁଖ୍ୟ ରାସ୍ତା ଖାଲଖମାପୂର୍ଣ୍ଣ ରହିଥିଲା। ବର୍ଷା ଦିନରେ ରାସ୍ତା କାଦୁଅ ହେବା ସହ ଖାଲରେ ପାଣି ଜମି ଯାତାୟାତ ବାଧାପ୍ରାପ୍ତ ହେଉଥିଲା। ସ୍ଥାନୀୟ ବାସିନ୍ଦାଙ୍କ କହିବାନୁସାରେ, ଏ ନେଇ ବାରମ୍ବାର ଖଡ଼ିଆଳ ଏନ୍‌ଏସି ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି ଫଳ ମିଳି ନ ଥିଲା।

ଶେଷରେ ସମସ୍ୟା ସମାଧାନ ପାଇଁ ଗ୍ରାମବାସୀ ଏକାଠି ହୋଇଥିଲେ। ନିଜେ ଶ୍ରମ ଦାନକରିବା ସହ ଆର୍ଥିକ ସହଯୋଗକରି କାଦୁଅ ରାସ୍ତାରେ ଡଷ୍ଟ ପକାଇ ଚାଲିବା ଯୋଗ୍ୟ କରିଛନ୍ତି। ସ୍ଥାନୀୟ ପ୍ରଶାସନ ତୁରନ୍ତ ଏହାର ସ୍ଥାୟୀ ପ୍ରତିକାର କରିବାକୁ ପଡ଼ାବାସୀ ଦାବି କରିଛନ୍ତି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।