ପ୍ରବଳ ବର୍ଷା; କଳାହାଣ୍ଡିରେ ବଢ଼ିଲା ସ୍କୁଲ ଛୁଟି ଅବଧି, ଜିଲାପାଳ କହିଲେ…

Jul 29, 2026 - 20:23
ପ୍ରବଳ ବର୍ଷା; କଳାହାଣ୍ଡିରେ ବଢ଼ିଲା ସ୍କୁଲ ଛୁଟି ଅବଧି, ଜିଲାପାଳ କହିଲେ…

ଭବାନୀପାଟଣା,୨୯।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଜାରି ରହିଛି ବର୍ଷା । ଏହାକୁ ଦୃଷ୍ଟିରେ ରଖି ଏବଂ ଛାତ୍ରୀଛାତ୍ରଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଛି ।କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶ ଜିଲାର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରିଥିଲେ। ତେବେ ଆସନ୍ତାକାଲି ଗୁରୁବାର ମଧ୍ୟ ଏହି ଛୁଟି ବଲବତ୍ତର ରହିବ ବୋଲି ଜିଲାପାଳ ପ୍ରକାଶ ଏକ ପତ୍ର ସଂଖ୍ୟା ୪୨୦ ଜରିଆରେ ସୂଚନା ଦେଇଛନ୍ତି ।

ଏଥିରେ ଜିଲାର ସମସ୍ତ ପ୍ରାଥମିକ, ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ (OAV), କେନ୍ଦ୍ରୀୟ ବିଦ୍ୟାଳୟ (KVS), ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ (EMRS), ଜବାହର ନବୋଦୟ ବିଦ୍ୟାଳୟ (JNV) ଏବଂ ଅଙ୍ଗନୱାଡ଼ି କେନ୍ଦ୍ର (AWC) ଅନ୍ତର୍ଭୁକ୍ତ ରହିଛି । ଏହି ଆଦେଶକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସମସ୍ତ ଅନୁଷ୍ଠାନର ମୁଖ୍ୟଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ, ଶିକ୍ଷକ ଓ କର୍ମଚାରୀମାନେ ସେମାନଙ୍କର ସ୍ବାଭାବିକ ବିଦ୍ୟାଳୟ କାର୍ଯ୍ୟରେ ଯୋଗ ଦେଇପାରିବେ ଏବଂ ବିଦ୍ୟାଳୟର ବାକି ଥିବା ସମସ୍ତ କାର୍ଯ୍ୟ ସମ୍ପାଦନ କରିପାରିବେ ବୋଲି ପତ୍ରରେ ଉଲ୍ଲେଖ ରହିଛି।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।