ପେରୁରେ ୬.୭ ତିବ୍ରତାର ଭୂମିକମ୍ପ ଝଟକା
ନନ୍ଦିଘୋଷ ବ୍ୟୁରୋ : ପେରୁରେ ଗୁରୁବାର ଦିନ ୬.୭ ତିବ୍ରତାର ଭୂମିକମ୍ପ ଝଟକା । ପେରୁର ଦକ୍ଷିଣ ଏଣ୍ଡିଜ ପାହାଡ ଅଞ୍ଚଳରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି । ପେରୁରେ ଗୁରୁବାର ଦିନ ୬.୭ ତିବ୍ରତାର ଭୂମିକମ୍ପ ଦକ୍ଷିଣ ଏଣ୍ଡିଜ ପାହାଡକୁ ଦୋହଲାଇ ଦେଇଥିଲା । ଏହି ଭୂମିକମ୍ପ ଷେଠିକା ସମୟ ଅନୁସାେର ପ୍ରାୟ ଦିନ ୧ ବେଳେ ଆସିଥିଲା । ଏହାର କେନ୍ଦ୍ରସ୍ଥଳ ଅୟାକୁଚୋ ଅଞ୍ଚଳର ପାରିନାକୋଚାସ୍ ପ୍ରାନ୍ତର ଉପାହୁଆଚୋ ସହରଠାରୁ ପ୍ରାୟ ୩୮ କିଲୋମିଟର ଉତ୍ତର-ପଶ୍ଚିମରେ ହୋଇଥିଲା । ଭୂମି ତଳେ ଏହାର ଗଭିରତା ପ୍ରାୟ ୬୬.୭ କିଲୋମିଟର ଥିଲା । ଏହି ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି ।
ପେରୁ ପ୍ରଶାନ୍ତ ମହାଶାଗରର ରିଂ ଅଫ ଫାୟାର ଏକ ଅଂଶ । ଏହି ଅଞ୍ଚଳ ଭୂମିକମ୍ପ କାର୍ଯ୍ୟକଳାପର ଅଂଶ ବୋଲି ଜଣାଯାଏ । ଏଠାରେ ୨୦୦୭ ମସିହାରେ l ପେରୁର ଇକା ଅଞ୍ଜଳରେ ୭.୯ ତୀବ୍ରତାର ଭୂମିକମ୍ପ ହୋଇଥିଲା । ଏଥିରେ ପ୍ରାୟ ୬ଶହ ଲୋକଙ୍କ ମୃତ୍ୟୁ ହୋଇଥିଲା ।
ଏହିବର୍ଷ ବେନେଜୁଏଲାରେ ମଧ୍ୟ ସବୁଠାରୁ ବଡ ଭୂମିକମ୍ପ ହୋଇଥିଲା । ୨୬ ଜୁନରେ ୭.୨ ତୀବ୍ରତାର ଆସିଥିବା ଭୂମିକମ୍ପରେ ପ୍ରାୟ ୬ହଜାର ଲୋକଙ୍କ ଜୀବନ ଯାଇଥିଲା ।
ଏହା ବ୍ୟତିତ କଲମ୍ବିଆରେ ୧୦ ଅଗଷ୍ଟରେ ଆସିଥିବର ଭୂମିକମ୍ପରେ ୭୦ରୁ ଅଧିକ ଲୋକ ମୃତ୍ୟୁବରଣ କରିଥିଲେ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
