ରଥଯାତ୍ରାରେ ଦ୍ୱିତୀୟ ଶିଶୁ ମୃତ୍ୟୁ: ପରିଚାଳନାକୁ ନେଇ ଉଠିଲା ପ୍ରଶ୍ନ
ପାରଳାଖେମୁଣ୍ଡି,୨୨ା୭(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡିରେ ଚଳିତ ବର୍ଷର ରଥଯାତ୍ରା ଅବସରରେ ଘଟିଥିବା ଅଘଟଣାରେ ଆଉ ଜଣେ ଶିଶୁଙ୍କ ମୃତ୍ୟୁ ଘଟିଛି। ଏଥିସହ ରଥଯାତ୍ରା ସମୟରେ ଘଟିଥିବା ଦୁଇଟି ପୃଥକ୍ ଘଟଣାରେ ଦୁଇ ଶିଶୁଙ୍କ ଜୀବନ ଯାଇଥିବାରୁ ପରିଚାଳନା ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି।
ସୂଚନାଯୋଗ୍ୟ, ରଥଯାତ୍ରାର ପ୍ରଥମ ଦିନ ମୀନାବଜାରରେ ବିଦ୍ୟୁତ ଆଘାତରେ ଜଣେ ୧୫ ବର୍ଷୀୟ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ସେହିପରି ମୀନାବଜାରରେ ଏକ ଦୋକାନରେ ଗରମ ତେଲ କଡ଼ାଇରୁ ତେଲ ଛିଟିକା ପଡ଼ି ଗୁରୁତର ଭାବେ ପୋଡ଼ିଯାଇଥିବା ଆନ୍ଧ୍ରପ୍ରଦେଶର ଟେକିଲି ଅଞ୍ଚଳର ଶିଶୁ ହରି ପ୍ରିୟନ୍ତଙ୍କୁ ପ୍ରଥମେ ସ୍ଥାନୀୟ ଚିକିତ୍ସାଳୟରେ ଚିକିତ୍ସିତ କରାଯାଉଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ ବିଶାଖାପାଟଣାର ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ଘଟିଛି।
ରଥଯାତ୍ରା ଭଳି ବହୁ ଜନସମାଗମ ଉତ୍ସବରେ ଦୁଇ ଶିଶୁଙ୍କ ମୃତ୍ୟୁ ହେବା ଘଟଣା ସାଧାରଣରେ ଚିନ୍ତା ପ୍ରକାଶ କରିଛି। ଉତ୍ସବ ସମୟରେ ସୁରକ୍ଷା ମାନଦଣ୍ଡର କଡ଼ାକଡ଼ି ପାଳନ ଓ ମୀନାବଜାର ପରିଚାଳନାକୁ ନେଇ ପ୍ରଶାସନର ଭୂମିକା ଉପରେ ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।