ପୁରୀ ରଥଯାତ୍ରା ଡ୍ୟୁଟିବେଳେ ପ୍ରାଣ ହରାଇଥିବା ହୋମଗାର୍ଡଙ୍କ ପରିବାରକୁ ସହାୟତା

Jul 15, 2026 - 21:08
ପୁରୀ ରଥଯାତ୍ରା ଡ୍ୟୁଟିବେଳେ ପ୍ରାଣ ହରାଇଥିବା ହୋମଗାର୍ଡଙ୍କ ପରିବାରକୁ ସହାୟତା

ବଞ୍ଚୋ,୧୫ା୭(ପ୍ରଦୋଷ ବିଶ୍ୱାଳ): ପୁରୀ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଡ୍ୟୁଟିରେ ନିୟୋଜିତ ଥିବା ସମୟରେ କେନ୍ଦୁଝର ପୋଲିସ ବିଭାଗର ଜଣେ ହୋମଗାର୍ଡଙ୍କ ଅକାଳ ବିୟୋଗ ଘଟିଥିଲା। ଏହି ଘଟଣା ସମଗ୍ର ପୋଲିସ ବିଭାଗ ମଧ୍ୟରେ ଶୋକର ଛାୟା ଖେଳାଇ ଦେଇଛି। ଏହି ଦୁଃଖଦ ଘଟଣାରେ ଆନନ୍ଦପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ କମଲ କୁମାର ପଣ୍ଡା ଗଭୀର ଶୋକ ପ୍ରକାଶ କରିବା ସହ ମୃତ ଗୃହରକ୍ଷୀଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ସେ ମୃତକଙ୍କ ପୁତ୍ରଙ୍କୁ ସାକ୍ଷାତ କରି ଆର୍ଥିକ ସହାୟତା ପ୍ରଦାନ କରିବା ସହ ପରିବାରକୁ ସାହସ ଓ ସମବଳ ଦେବାକୁ ଚେଷ୍ଟା କରିଥିଲେ। ଏହି ମାନବିକ ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି। ଦୁଃଖର ସମୟରେ ଜଣେ ପୋଲିସ ଅଧିକାରୀଙ୍କ ଏଭଳି ସହଯୋଗୀ ମନୋଭାବ ପୋଲିସ ବିଭାଗର ମାନବିକତା ଓ ସାମାଜିକ ଦାୟିତ୍ୱବୋଧର ପରିଚୟ ବହନ କରୁଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।