Welcome!

Unlock your personalized experience.
Sign Up

ପୁଣି ଚର୍ଚ୍ଚାରେ ବିଗ୍ ବି’ଙ୍କ ପୋଷ୍ଟ, କାହାକୁ ଟାର୍ଗେଟ କରି ଲେଖିଲେ ଏମିତି...

Jul 12, 2026 - 17:40
ପୁଣି ଚର୍ଚ୍ଚାରେ ବିଗ୍ ବି’ଙ୍କ ପୋଷ୍ଟ, କାହାକୁ ଟାର୍ଗେଟ କରି ଲେଖିଲେ ଏମିତି...

ନୂଆଦିଲ୍ଲୀ: ମେଗାଷ୍ଟାର ଅମିତାଭ ବଚ୍ଚନ ପ୍ରାୟତଃ ନିଜର ପୋଷ୍ଟ ପାଇଁ ଖବରର ଶିରୋନାମା ପାଲଟିଥାନ୍ତି । କେବେ ବିଳମ୍ବିତ ରାତିର ଟ୍ବିଟ୍ ତ ଆଉ କେତେବେଳେ ଏକ ସରଳ ଧାଡ଼ି ପ୍ରଶଂସକଙ୍କୁ ଚିନ୍ତାରେ ପକାଇଥାଏ । ସମାନ ଢ଼ଙ୍ଗରେ ଅମିତାଭ ଏକ ପୋଷ୍ଟ କରିଛନ୍ତି । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସେ ଯେଉଁ ପୋଷ୍ଟ କରିଛନ୍ତି ଏହାକୁ ବୁଝିବା ଏବେ କଷ୍ଟକର ହୋଇପଡ଼ିଛି । ଯେଉଁଥିରୁ ଅନୁମାନ କରିବା ଅସହଜ ହୋଇଛି । ଏବଂ ସେ କାହା ଉଦ୍ଦେଶ୍ୟରେ ଏଭଳି ପୋଷ୍ଟ କରିଛନ୍ତି ଜାଣି ହେଉନି ।

କ’ଣ କରିଛନ୍ତି ପୋଷ୍ଟ ?

ରବିବାର ଅପରାହ୍ନରେ ଅମିତାଭ ଏକ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି କି, "FB 4719 – କେବଳ ୩-୪ ଜଣ ଲୋକ ଗୋଟିଏ ଦେଶର ବିଜୟକୁ ପରାଜୟରେ ପରିଣତ କରିପାରିବେ । ତେବେ ଏହି ପୋଷ୍ଟଟି ଫିଫା ବିଶ୍ବକପ ସହ ଜଡ଼ିତ ବୋଲି କୁହାଯାଉଛି । ତେବେ ଅନେକ ଲୋକ ତାଙ୍କ ପୋଷ୍ଟକୁ ରାଜନୀତି ସହ ମଧ୍ୟ ଯୋଡ଼ୁଥିବା ଦେଖିବାକୁ ମିଳିଛି । ସେ ପୋଷ୍ଟ କରିବାର ଦୁଇ ଘଣ୍ଟା ମଧ୍ୟରେ ଏହା ବେଶ ଭାଇରାଲ ହୋଇଥିବାବେଳେ ୟୁଜର୍ସମାନେ ବିଭିନ୍ନ କେମଣ୍ଟମାନ ଦେଉଥିବା ଦେଖିବାକୁ ମିଳିଛି ।

ଅମିତାଭଙ୍କ ଏହି ପୋଷ୍ଟରେ ଜଣେ ୟୁଜର୍ସ ଲେଖିଛନ୍ତି କି, କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ଦେଶକୁ ନଷ୍ଟ କରିଛନ୍ତି । ଆଉ ଜଣେ ୟୁଜର୍ସ ଲେଖିଛନ୍ତି କି, ମହାଶୟ ଆମେ ଆପଣଙ୍କ ଲେଖାକୁ ବୁଝି ପାରୁନୁ । ଟିକେ ସରଳ ଭାବେ ବୁଝାନ୍ତୁ । ସେପଟେ ଅନେକ ଏହି ପୋଷ୍ଟଟି ସିଧାସଳଖ ଫିଫା ବିଶ୍ବକପକୁ ନେଇ କରାଯାଇଥିବା ଦାବି କରିଛନ୍ତି । ଶନିବାର ଖେଳାଯାଇଥିବା ଆର୍ଜେଣ୍ଟିନା ଏବଂ ସ୍ବିଜରଲ୍ୟାଣ୍ଡକୁ ନେଇ ବୋଲି କୁହାଯାଉଛି । ଆର୍ଜେଣ୍ଟିନା ୩-୧ରେ ଜିତି ସେମିରେ ପହଞ୍ଚିଛି । ଯାହାକୁ ନେଇ ସେ ଏହି ପୋଷ୍ଟ କରିଛନ୍ତି ବୋଲି କୁହାଯାଉଛି । କାରଣ ପୂର୍ବରୁ ଏଭଳି ଅନେକ ପୋଷ୍ଟ ଫୁଟବଲକୁ ନେଇ କରିଛନ୍ତି ।

ଏହାସହ ପଢ଼ନ୍ତୁ : Teamindia: ପରାଜୟ ପରେ ଟିମ୍ ଇଣ୍ଡିଆରେ ପରିବର୍ତ୍ତନ; ହର୍ଷିତ-ବରୁଣଙ୍କ ରିପ୍ଲେସମେଣ୍ଟ ଘୋଷଣା, ଏହି ଧୁରନ୍ଧରଙ୍କ ଏଣ୍ଟ୍ରୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।