Welcome!

Unlock your personalized experience.
Sign Up

ବିଜେପିରେ ମିଶିଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ

Jul 12, 2026 - 18:01
ବିଜେପିରେ ମିଶିଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ

ଭୁବନେଶ୍ବର,୧୨।୭ : କଟକ-ଚୌଦ୍ବାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ ବିଜେପିରେ ମିଶିଛନ୍ତି। ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟନ ଛକରୁ ଏକ ବିଶାଳ ରାଲିରେ ଦଶ ହଜାରରୁ ଅଧିକ ସମର୍ଥକଙ୍କ ସହିତ ପ୍ରଭାତ ବିଶ୍ବାଳ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ।    ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇଛନ୍ତି। ଦଳ ବିରୋଧୀ କାର୍ଯ୍ୟ ପାଇଁ ଗତ କିଛି ମାସ ତଳେ ତାଙ୍କୁ ବିଜେଡିରୁ ବହିଷ୍କାର କରାଯାଇଥିଲା।

ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ଵ ସମର୍ଥକ ଓ ଦଳୀୟ କର୍ମୀଙ୍କୁ ସାଙ୍ଗରେ ନେଇ ସେ କଟକରୁ ବାହାରିଥିଲେ । ସମସ୍ତ ସମର୍ଥକଙ୍କ ସହିତ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍ ଛକଠାରେ ଏକାଠି ହୋଇଥିଲେ । ସେଠାରୁ ଏକ ବିରାଟ ଶୋଭାଯାତ୍ରା ମାଧ୍ୟମରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବରେ ସେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ୍ ହୋଇଛନ୍ତି।

ପ୍ରଭାତ ବିଶ୍ବାଳ ୩ ଥର ବିଧାୟକ ହୋଇଛନ୍ତି୨୦୦୪ ମସିହାରେ  କଟକସଦର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହା ପରେ ୨୦୦୯ ଓ ୨୦୧୪ ମସିହାରେ ଚୌଦ୍ୱାର-କଟକ ବିଧାନସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ। ଚିଟଫଣ୍ଡ ମାମଲାରେ ପ୍ରଭାତ ଛନ୍ଦି ହୋଇପଡିଥିଲେ। ଏହି କାରଣରୁ ୨୦୧୯ ନିର୍ବାଚନରେ ପ୍ରଭାତଙ୍କୁ ବିଜେଡିରୁ ଟିକେଟ୍ ମିଳି ନଥିଲା।  ପ୍ରଭାତଙ୍କ ପରିବର୍ତେ୍ କଟକ- ଚୌଦ୍ବାର ଆସନରୁ ତାଙ୍କ ପୁଅ ସୌଭିକଙ୍କୁ ବିଜେଡି ଟିକେଟ ଦେଇଥିଲା। ସୌଭିକ ବିଜୟୀ ହୋଇଥିଲେ।  ଏପରିକି କିଛି ମାସ ତଳେ ରାଜ୍ୟସଭା ନିର୍ବାଚନରେ ସ୍ଵାଧୀନ ପ୍ରାର୍ଥୀ ଦିଲୀପ ରାୟଙ୍କୁ ଭୋଟ୍ ଦେବା ନେଇ ସୌଭିକ ବିଶ୍ଵାଳଙ୍କୁ ବିଜେଡି ନିଲମ୍ବିତ କରିଥିଲା।  ସୂଚନା ଯୋଗ୍ୟ ଯେ  ପ୍ରଭାତ ବିଶ୍ୱାଳଙ୍କ ପୂର୍ବରୁ କଟକରୁ  ଭର୍ତ୍ତୃହରି ମହତାବ ଏବଂ ଦେବାଶିଷ ସାମନ୍ତରାୟ ମଧ୍ୟ ବିଜେଡ଼ି ଛାଡ଼ି ବିଜେପିରେ ମିଶି ସାରିଛନ୍ତି ।

ଆହୁରି ପଢନ୍ତୁ : ଗଜପତିଙ୍କୁ ମହାପ୍ରଭୁଙ୍କ ସୁସ୍ଥତାର ବାର୍ତ୍ତା ଦେଲେ ସେବାୟତ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।