ବଡ଼ ଘୋଷଣା କରିଦେଲେ ଶରଦ ପାୱାର: ରାଜନୀତିରେ ପଡିଗଲା ଚହଳ
ମୁମ୍ବାଇ,୨୮।୭: ମହାରାଷ୍ଟ୍ରରେ ଏନ୍ସିପିର ଉଭୟ ଗୋଷ୍ଠୀର ମିଶ୍ରଣ ନେଇ ଚର୍ଚ୍ଚା ଜାରି ରହିଥିବାବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏନ୍ସିପିି-ଏସପି (NCP-SP) ର ମୁଖ୍ୟ ଶରଦ ପାୱାରଙ୍କ ଏକ ବଡ଼ ବୟାନ ସାମ୍ନାକୁ ଆସିଛି। ଶରଦ ପାୱାରଙ୍କ ଏହି ବୟାନରୁ ଏହା ସ୍ପଷ୍ଟ ହୋଇଯାଇଛି ଯେ କକା ଓ ପୁତୁରାଙ୍କ ଉଭୟ ଗୋଷ୍ଠୀ ଏକାଠି ହେବାର କୌଣସି ସମ୍ଭାବନା ନାହିଁ।
କକା ଅର୍ଥାତ୍ ଶରଦ ପାୱାର ଏବଂ ପୁତୁରା ଅର୍ଥାତ୍ ଦିବଙ୍ଗତ ନେତା ଅଜିତ ପାୱାର (ବର୍ତ୍ତମାନ ସୁନେତ୍ରା ପାୱାରଙ୍କ ଏନ୍ସିପି) ମଧ୍ୟରେ କୌଣସି ମିଶ୍ରଣ ହେବାକୁ ଯାଉନାହିଁ। ଏକ ପ୍ରଶ୍ନର ଉତ୍ତର ଦେଇ ଶରଦ ପାୱାର ସ୍ପଷ୍ଟ ଭାବେ କହିଛନ୍ତି, “ଏକାଠି ହେବାର କୌଣସି ପ୍ରଶ୍ନ ହିଁ ଉଠୁନାହିଁ।”
Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।