Betnoti LAMPS ୪୧ଲକ୍ଷ ଟଙ୍କାର ଜାଲିଆତି, ପ୍ରାକ୍ତନ ବେତନଟି ଲ୍ୟାମ୍ପ୍ ପରିଚାଳନା ନିର୍ଦ୍ଦେଶକ ଗିରଫ
"ଭୁବନେଶ୍ବର: ମୟୂରଭଞ୍ଜ ଜିଲ୍ଲା ବେତନଟି ଲ୍ୟାମ୍ପ୍ସ (ଲାର୍ଜ ସାଇଜ୍ଡ ଆଦିବାସୀ ମଲ୍ଟିପର୍ପଜ୍ କୋ-ଅପରେଟିଭ୍ ସୋସାଇଟି) ଲିଃର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ହିମାଂଶୁ ଦାସଙ୍କୁ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଗିରଫ କରିଛି।
ସୋସାଇଟିର ପ୍ରାୟ ୪୧ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗରେ ଏହି ପଦକ୍ଷେପ ନିଆଯାଇଥିବା ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍ସ) ପକ୍ଷରୁ ସୂଚନା ଦିଆଯାଇଛି।
Advertisment ଅଯୋଗ୍ୟ ଚାଷୀଙ୍କୁ ଋଣଛାଡ଼ ମାମଲା: ୫ ପୂର୍ବତନ ଲ୍ୟାମ୍ପ୍ସ ପରିଚାଳକଙ୍କୁ ୩ ବର୍ଷ ଜେଲ୍ ମିଳିଥିବା ସୂଚନାନୁସାରେ, ୨୦୧୭-୧୮ ମଧ୍ୟରେ କୃଷକଙ୍କ କୃଷି ଋଣ ଫେରସ୍ତ ଟଙ୍କାକୁ ସୋସାଇଟି ଖାତାରେ ଜମା ନକରି ନିଜେ ହଡ଼ପ କରିଥିଲେ।
କେବଳ ଏହାନୁହେଁ ଋଣ ନଥି ଦେୟ, ପ୍ରାଶାସନିକ ଖର୍ଚ୍ଚ ଓ ସଦସ୍ୟଙ୍କ ଅଂଶଧନରେ ମଧ୍ୟ ହେରଫେର କରିଥିଲେ।
ଏନେଇ ଅଭିଯୋଗ ପରେ ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଥିଲା।
ପରିଚାଳନା ନିର୍ଦ୍ଦେଶକ ଦାସ ହେରଫେର କରିବା ପରେ ଉକ୍ତ ଟଙ୍କା ବାବଦରେ କୃଷକଙ୍କୁ ଜାଲ ରସିଦ ଦେଇଥିଲେ।
୪୦ ଲକ୍ଷ ୯୪ ହଜାର ୩୦୬ଟଙ୍କାର ହେରଫେର କରିଥିଲେ।
ସାର ପାଇଁ ରଣକ୍ଷେତ୍ର; ଢେଲା ପଥର ମାଡ଼ ସହ ଲ୍ୟାମ୍ପ୍ସ କାର୍ଯ୍ୟାଳୟରେ ଭଙ୍ଗାରୁଜା, ପୁଲିସର ଲାଠିଚାଳନା ଏହି ଘଟଣାରେ ସରକାର ହିମାଂଶୁ ଦାସଙ୍କୁ ୪ ଅପ୍ରିଲ୍ ୨୦୨୨ରେ ଚାକିରିରୁ ବହିଷ୍କୃତ କରିଥିଲେ।
ବର୍ତ୍ତମାନ ଭିଜିଲାନ୍ସ ବିଭାଗ ତାଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନର ଧାରା ୧୩(୨), ୧୩(୧)(ସି) ଓ ୪୦୯ ଆଇପିସିରେ ବାଲେଶ୍ବର ଭିଜିଲାନ୍ସ ଥାନା ୧୨/୨୦୨୬ରେ ଏକ ମାମଲା ରୁଜୁ କରିଛି।
ଆଜି ଗିରଫ ପରେ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଛି।
ଗିରଫ ଅଭିଯୁକ୍ତ ମାମଲାର ପରବର୍ତ୍ତୀ ତଦନ୍ତ ଜାରି ରହିଛି ବୋଲି ଭିଜିଲାନ୍ସ ସୂତ୍ରରୁ ପ୍ରକାଶ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।