ପଳାଶୁଣୀରୁ ରସୁଲଗଡ଼ ପର୍ଯ୍ୟନ୍ତ ନିର୍ମାଣ ହେବ ସ୍କାଏ ୱାକ୍ , ଲମ୍ବ ରହିବ ୪ ଶହ ୫୦ ମିଟର
ଭୁବନେଶ୍ବର, ୭।୭ : ଓଡ଼ିଶାର ପ୍ରଥମ ସ୍କାଏ ୱାକ ନିର୍ମାଣ ହେବ ଭୁବନେଶ୍ୱରରେ । ଭୁବନେଶ୍ୱର ପଳାଶୁଣୀ-ରସୁଲଗଡ଼ ଠାରେ ଏହି ସ୍କାଏୱାକ୍ ନିର୍ମାଣ ହେବ। ୪ ଶହ ୫୦ ମିଟର ଲମ୍ବ ହେବ ସ୍କାଏ ୱାକ। ଏହା ୧୮ କୋଟି ୪୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବ ।ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ପଳାଶୁଣୀ ଓ ରସୁଲଗଡ଼କୁ ଏହା ଯୋଡ଼ିବ।ଏହା ଦ୍ବାରା ବହୁ ମାତ୍ରାରେ କମିବ ଟ୍ରାଫିକ ସମସ୍ୟା। ।
ଏହାସହ ଆଉ ତିନୋଟି ଫୁଟ ଓଭର ବ୍ରିଜ ବି ତିଆରି ହେବ। ସେପଟେ ୨୩ କୋଟି ଟଙ୍କାର ୬ ଲେନ ବିଶିଷ୍ଟ ପଳାଶୁଣୀ ଓଭର ବ୍ରିଜ୍ ବି ନିର୍ମାଣ ଚାଲିଛି। ଓଭର ବ୍ରିଜ ପାଇଁ ଦୁଇଟି ୭-୭ ମିଟର ସର୍ଭିସ ରୋଡ ବି ତିଆରି ହେବ। ୨୦୨୭ ମାର୍ଚ୍ଚ ରେ ସବୁ କାର୍ଯ୍ୟ ଶେଷ ହେବ।
ଓଡ଼ିଶାର ପ୍ରଥମ ସ୍କାଏ ୱାକ ହେବା ସହ ରାଜଧାନୀବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହେବାକୁ ଯାଉଛି। ଏହି ସ୍କାଏୱାକ୍ଟି ସମ୍ପୂର୍ଣ୍ଣ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମାଣ କରାଯିବ । ସର୍ବସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ପ୍ରସ୍ତାବିତ ସ୍କାଏୱାକ୍ରେ ଲିଫ୍ଟ, ଏସ୍କାଲେଟର ଏବଂ ଆଲୋକୀକରଣର ବ୍ୟବସ୍ଥା କରାଯିବ। ଏହାର ନିର୍ମାଣ କାର୍ଯ୍ୟ ସରିବା ପରେ, ଜାତୀୟ ରାଜପଥ ଉପରେ ଦ୍ରୁତଗତିରେ ଚଳାଚଳ କରୁଥିବା ଯାନବାହନ ମଧ୍ୟରେ ପଥଚାରୀମାନେ ବିନା କୌଣସି ଭୟରେ ଏବଂ ସୁରକ୍ଷିତ ଭାବେ ରାସ୍ତା ପାର ହୋଇପାରିବେ। ଏହାଦ୍ୱାରା ପଳାଶୁଣୀ ଅଞ୍ଚଳର ବଡ଼ ଟ୍ରାଫିକ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିବ। ଏହି ଆଧୁନିକ ବ୍ୟବସ୍ଥା ଯୋଗୁଁ ବିଶେଷ କରି ବୃଦ୍ଧ ଓ ଦିବ୍ୟାଙ୍ଗମାନେ ମଧ୍ୟ ଭବିଷ୍ୟତରେ ଅତି ସହଜରେ ୟାତାୟାତ କରିପାରିବେ। ଏହି ନିର୍ମାଣ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ NHAI ପକ୍ଷରୁ ଲକ୍ଷ୍ୟ ରଖାଯାଇଛି।
ଆହୁରି ପଢନ୍ତୁ : ବାଇକକୁ ଧକ୍କା ଦେଲା ଥର୍, ୨ ବାଇକ୍ ଆରୋହୀ ମୃତ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।