ନିଶାସକ୍ତ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କଲା ପ୍ରଶାସନ, ସ୍କୁଲ ନଯାଇ ମଦ ପିଇ କରୁଥିଲେ…

Jul 02, 2026 - 15:50
ନିଶାସକ୍ତ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କଲା ପ୍ରଶାସନ, ସ୍କୁଲ ନଯାଇ ମଦ ପିଇ କରୁଥିଲେ…

ଚାନ୍ଦବାଲି,୨।୭(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ରାମପୁର ବୀଣାପାଣି ନୋଡାଲ UPME ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀନାଥ ଦାସ ନିଲମ୍ବିତ । ବିଇଓ ଗୁରୁବାର ଦିନ ଚିଠି ନଂ ୧୫୬୭ରେ ନିଲମ୍ବନ କରିଛନ୍ତି ।

କହିରଖୁଛି କି, ମଙ୍ଗଳବାର ଦିନ ସ୍କୁଲ ସମୟରେ ପ୍ରଧାନ ଶିକ୍ଷକ ବିଦ୍ୟାଳୟକୁ ନ ଯାଇ ସ୍ଥାନୀୟ ମତୋ ବଜାରରେ ମଦ ପିଇ ମାତାଲ୍ ଅବସ୍ଥାରେ ଭିଡିଓ ଭାଇରାଲ ହୋଇଥିଲା। ସାଧାରଣତଃ ଲୋକଙ୍କୁ ଗାଳିଗୁଲଜ କରିବା ସହିତ ଅସଭ୍ୟ ଭାଷା ବ୍ୟବହାର କରିଥିଲେ। ଏହି ଘଟଣାରେ ଖବର ପ୍ରସାରିତ ପରେ ଶିକ୍ଷକଙ୍କୁ ପ୍ରଶାସନ ପକ୍ଷରୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି ।

 

Dharitri – Odisha’s No.1 Odia Daily