ନିଶାମୁକ୍ତ ଓଡ଼ିଶା ପାଇଁ ସରକାରଙ୍କ ବଡ଼ ମାଷ୍ଟର ପ୍ଲାନ

Jul 12, 2026 - 18:13
ନିଶାମୁକ୍ତ ଓଡ଼ିଶା ପାଇଁ ସରକାରଙ୍କ ବଡ଼ ମାଷ୍ଟର ପ୍ଲାନ

ଭୁବନେଶ୍ୱର,୧୨।୭: ନିଶାମୁକ୍ତ ଓଡ଼ିଶା ପାଇଁ ରାଜ୍ୟ ସରକାର ଏକ ବଡ଼ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛନ୍ତି। ଏହାର ଅନୁମୋଦନ ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ (SSEPD) ପକ୍ଷରୁ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇଛି।

ରାଜ୍ୟ ସରକାର ମୋଟ ୪ କୋଟି ୬୨ ଲକ୍ଷ ଟଙ୍କାର କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିଛନ୍ତି। ଏପରିକି ନିଶାମୁକ୍ତ ପାଇଁ ସ୍କୁଲରୁ ଆରମ୍ଭ କରି ପଞ୍ଚାୟତ ପର୍ଯ୍ୟନ୍ତ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯିବ। ରାଜ୍ୟର ୧୫୦ଟି ସ୍କୁଲ ଓ କଲେଜରେ ନିଶା ବିରୋଧୀ ସଚେତନତା କରାଯିବା ସହିତ ମାରାଥନ, ୱାକାଥନ ଓ ସାଇକେଲ ରାଲି କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ସଚେତନତା ପାଇଁ ୧ କୋଟି ୬୫ ଲକ୍ଷ ଟଙ୍କା ବ୍ୟୟ ପ୍ରସ୍ତାବ ରହିଛି।

ଏପରିକି ରାଜ୍ୟର ପ୍ରତି ବ୍ଲକରେ ନିଶା ବିରୋଧୀ କାର୍ଯ୍ୟକ୍ରମ କରାଯିବ। ରାଜ୍ୟର ସବୁ ବ୍ଲକରେ ଆଣ୍ଟି-ଡ୍ରଗ କମିଟି ବୈଠକ ହେବା ସହିତ ୩୦୦ଟି ପଞ୍ଚାୟତରେ ନିଶାମୁକ୍ତ ସଚେତନତା ଅଭିଯାନ ବାହାରିବ। ପ୍ରତି ଜିଲାରେ ୫୦ ନିଶା ମୁକ୍ତ ମିତ୍ର ଗଠନ କରି ଲୋକଙ୍କୁ ନିଶାଠାରୁ ଦୁରେଇ ରହିବାକୁ ସଚେତନ କରାଯିବା ନେଇ ଯୋଜନା କରାଯାଇଛି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।