ନିଟ୍ ୟୁଜି ପରୀକ୍ଷାର୍ଥୀଙ୍କୁ ମାଗଣା ବସ ସେବା

Jun 13, 2026 - 05:48
ନିଟ୍ ୟୁଜି ପରୀକ୍ଷାର୍ଥୀଙ୍କୁ ମାଗଣା ବସ ସେବା

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ନିଟ୍ ୟୁଜି ପରୀକ୍ଷାର୍ଥୀଙ୍କ ପାଇଁ ମାଗଣା ବସ୍ ସେବା ।  ଆସନ୍ତା ଜୁନ ୨୧ ରେ ନିଟ୍ (ୟୁଜି) ୨୦୨୬ ପୁନଃପରୀକ୍ଷା ହେବ । ରାଜ୍ୟର ୧୩୪ଟି ପରୀକ୍ଷା କେନ୍ଦ୍ରରେ ୫୬,୯୮୩ ଜଣ ପରୀକ୍ଷା ଦେବେ ଛାତ୍ରୀଛାତ୍ର । ପରୀକ୍ଷାର୍ଥୀ ମାନେ ପରୀକ୍ଷା କେନ୍ଦ୍ରକୁ ସହଜରେ ପହଞ୍ଚିବା ପାଇଁ OSRTC ବସରେ ଆଡମିଟ୍‌ କାର୍ଡ ଦେଖାଇ ମାଗଣାରେ ଯାଇପାରିବେ । ଏନେଇ ବାଣିଜ୍ୟ ଓ ପରିବହନ ବିଭାଗର ନିର୍ଦ୍ଦେଶ ଦେଇଛି ।  

ମାଗଣାରେ ବସ୍ ସେବା ଉପଲବ୍ଧ କରାଯାଇଥିବା ସ୍ଥାନଗୁଡ଼ିକ ଗୁଡ଼ିକ ହେଉଛି- ଅନୁଗୋଳ, ବଲାଙ୍ଗିର, ବାଲେଶ୍ୱର, ବାରିପଦା, ବ୍ରହ୍ଣପୁର, ଭଦ୍ରକ, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, ନବରଙ୍ଗପୁର, ରାୟାଗଡ଼ା, ଭାବାନୀପାଟଣା, ଭୁବନେଶ୍ୱର, କଟକ, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, ଜୟପୁର, କୋରାପୁଟ, ମାଲକାନଗିରି, କଳାହାଣ୍ଡି, ନୂଆପଡ଼ା, ଫୁଲବାଣୀ, ପୁରୀ, ରାଇରଙ୍ଗପୁର, ସମ୍ବଲପୁର, ରାଉରକେଲା ସମେତ ପରାଳାଖେମୁଣ୍ଡି ଆଦି ସ୍ଥାନରେ ପରୀକ୍ଷା ପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ କରାଯାଇଛି ।

NTA ଦ୍ୱାରା ପରିଚାଳିତ NEET ପରୀକ୍ଷା ଜୁନ ୨୧ ତାରିଖ ଅପରାହ୍ନ ୨ଟାରୁ ୫ଟା ୧୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଓଡ଼ିଶାର ୨୭ଟି ସହରର ୧୩୪ଟି ପରୀକ୍ଷା କେନ୍ଦ୍ରରେ ମୋଟ୍ ୫୬,୯୮୩ ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷାରେ ଅଂଶଗ୍ରହଣ କରିବେ । ପରୀକ୍ଷା ସମୟରେ ଟ୍ରାଫିକ ପରିଚାଳନା, ମହିଳା ପରୀକ୍ଷାର୍ଥୀ ଏବଂ ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା, ସିସିଟିଭି ଓ ପରୀକ୍ଷା କେନ୍ଦ୍ରର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରାଯିବାକୁ ମଧ୍ୟ ନିଷ୍ପତି ନିଆଯାଇଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।