ନାଇଜେରିଆର ଏକ ସାମରିକ ବିମାନ ଦକ୍ଷିଣ-ପଶ୍ଚିମ ଓଣ୍ଡୋ ରାଜ୍ୟରେ ଦୁର୍ଘଟଣାଗ୍ରସ୍ତ

Oct 06, 2026 - 08:30
ନାଇଜେରିଆର ଏକ ସାମରିକ ବିମାନ ଦକ୍ଷିଣ-ପଶ୍ଚିମ ଓଣ୍ଡୋ ରାଜ୍ୟରେ ଦୁର୍ଘଟଣାଗ୍ରସ୍ତ

ନନ୍ଦିଘୋଷ ବ୍ୟୁରୋ: ବେନିନ୍ ସିଟିରୁ ଲାଗୋସ୍ ଯାଉଥିବା ନାଇଜେରିଆର ଏକ ସାମରିକ ବିମାନ ଦକ୍ଷିଣ-ପଶ୍ଚିମ ଓଣ୍ଡୋ ରାଜ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୨୫ ଜଣ ଯାତ୍ରୀ ଏବଂ ସାତ ଜଣ କ୍ରୁ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ପ୍ଲେନରେ କେହି ବଞ୍ଚି ନ ଥିବା କଥା ନିଶ୍ଚିତ କରି ରାଷ୍ଟ୍ରପତି ବୋଲା ଟିନୁବୁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଏବଂ ବିମାନରେ ଥିବା ବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଟିନୁବୁ ଏକ ବିବୃତିରେ କହିଛନ୍ତି, ବାୟୁସେନା ମୁଖ୍ୟ ମୋତେ ଏ ସମ୍ପର୍କରେ ଅବଗତ କରାଇଛନ୍ତି ଏବଂ ଭବିଷ୍ୟତରେ ଏଭଳି ଘଟଣାକୁ ରୋକିବା ପାଇଁ ଦୁର୍ଘଟଣାର କାରଣ ସମ୍ପର୍କରେ ତୁରନ୍ତ ଏକ ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ କରିବାକୁ ମୁଁ ନାଇଜେରିଆ ବାୟୁସେନାକୁ ନିର୍ଦ୍ଦେଶ ଦେଇଛି। ବିମାନ ଚଳାଚଳ ମନ୍ତ୍ରୀ ଫେଷ୍ଟସ୍ କେୟାମୋ କହିଛନ୍ତି ଯେ, ବାୟୁସେନାର ATR-42 ବିମାନଟି ବେନିନ୍ ସିଟିରୁ ଲାଗୋସ୍ ଅଭିମୁଖେ ଏକ ନିୟମିତ ଅଭିଯାନରେ ଥିବାବେଳେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲରମାନଙ୍କ ସହ ଏହାର ସମ୍ପର୍କ ବିଚ୍ଛିନ୍ନ ହୋଇଯାଇଥିଲା । ନିକଟ ଅତୀତରେ ନାଇଜେରିଆରେ ଘଟିଥିବା ସବୁଠାରୁ ଭୟଙ୍କର ବିମାନ ଦୁର୍ଘଟଣାଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ । ପରବର୍ତ୍ତୀ ସମୟରେ ଉପକୂଳବର୍ତ୍ତୀ ସହର ଇଗ୍ବୋକୋଡା ନିକଟରେ ବିମାନର ଭଗ୍ନାବଶେଷ ଚିହ୍ନଟ କରାଯାଇଥିଲା ଏବଂ ସେଠାରେ ଉଦ୍ଧାରକାରୀ ଦଳକୁ ନିୟୋଜିତ କରାଯାଇଥିଲା ।…

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)