ଧର୍ମଗଡ଼ ମେଡିକାଲରେ ଖାଲି ପଡ଼ିଛି ଅନେକ ପଦ ପଦବୀ
ଧର୍ମଗଡ : ନାହିଁ ନାହିଁରେ ଚାଲିଛି ଧର୍ମଗଡ଼ ମେଡିକାଲ । ମେଡିକାଲରେ ନାହାନ୍ତି ଆବଶ୍ୟକ ଡାକ୍ତର। ଖାଲି ପଡ଼ିଛି ଅନେକ ପଦ ପଦବୀ। ୧୩ ବଦଳରେ ୧୧ ଜଣ ଡାକ୍ତର ଥିବାରୁ ରୋଗୀ ସେବା ବାଧାପ୍ରାପ୍ତ ହେଉଛି। ହନ୍ତସନ୍ତ ହେଉଛନ୍ତି ରୋଗୀ। କଳାହାଣ୍ଡି ଜିଲ୍ଲାର ଅନ୍ୟତମ ମେଡିକାଲ ହେଉଛି ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟ l ଆଉ ଏହି ମେଡିକାଲ ଉପରେ ନିର୍ଭର କରନ୍ତି ଧର୍ମଗଡ, ଗୋଲାମୁଣ୍ଡା, କୋକସରା, ଜୁନାଗଡ଼, ଜୟପାଟଣା, କଲମପୁର ସମେତ ପଡୋଶୀ ନବରଙ୍ଗପୁର, ନୂଆପଡ଼ା ଜିଲ୍ଲା ସାଙ୍ଗକୁ ପଡୋଶୀ ଛତିଶଗଡ ଅଞ୍ଚଳ ର ଲୋକେ l ହେଲେ ଆବଶ୍ୟକ ଡାକ୍ତର ନ ଥିବାରୁ ସ୍ବାସ୍ଥ୍ୟ ସେବା ପାଇଁ ନାହିଁ ନ ଥିବା ହଇରାଣ ହରକତ ହେଉଛନ୍ତି ଲୋକେ l
ଉନ୍ନତ ସ୍ବାସ୍ଥ୍ୟସେବା ଲକ୍ଷ୍ୟରେ ପୂର୍ବ ସରକାର ଧର୍ମଗଡ ମେଡିକାଲକୁ ଆମ ହସ୍ପିଟାଲରେ ସାମିଲ କରିଥିଲେ। ୯ କୋଟି ବ୍ୟୟ ରେ ୩୦ଶଯ୍ୟା ଓ ଏକ ତିନି ମହଲା କୋଠା ବିଶିଷ୍ଟ ଏମସିଏଚ ଗୃହ ନିର୍ମାଣ କରିବା ସହିତ ଡ଼ାଇଲେଶିସ ୟୁନିଟ ମଧ୍ୟ ସ୍ଥାପନ କରିଥିଲେ l ଆବଶ୍ୟକ ଡାକ୍ତର ଓ କର୍ମଚାରୀ ନିଯୁକ୍ତି କରିଥିଲେ। ହେଲେ ସରକାର ବଦଳିବା ପରେ ସ୍ବାସ୍ଥ୍ୟ ବିଭାଗ ଏହି ମେଡିକାଲ ପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି। ସମୁଦାୟ ମେଡିକାଲ ପାଇଁ ୪୯ ଜଣ ଡାକ୍ତର ଆବଶ୍ୟକ ଥିବା ବେଳେ ଏବେ ୧୧ ଜଣ ଡାକ୍ତର ରେ ଚାଲିଛି ରୋଗୀ ସେବା l ଶୈଲ୍ୟ, ଭେଷଜ, ଚକ୍ଷୁ, ଅର୍ଥୋପେଡିକ୍ ଭଳି ଗୁରୁତ୍ଵ ପୂ ର୍ଣ୍ଣ ପଦବୀ ଖାଲି ପଡିଛି l ଅନ୍ୟ ପଟେ ଡାକ୍ତର ଅଭାବ ନେଇ ବିଭାଗୀୟ ଅଧିକାରୀ ଙ୍କୁ ଜଣାଇ ଥିବା କହିଛନ୍ତି ଉପଖଣ୍ଡ ଚିକିତ୍ସା ଅଧିକାରୀ। ରୋଗୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ତୁରନ୍ତ ଆବଶ୍ୟକୀୟ ଡାକ୍ତର ନିଯୁକ୍ତି ପାଇଁ ଦାବି ହୋଇଛି।