ଧରାପଡ଼ିଲା କୁଖ୍ୟାତ ଠକ ଶଶଧର ; ୧୦କୋଟିରୁ ଊର୍ଦ୍ଧ୍ବ ଠକେଇ ଅଭିଯୋଗ, ଖୋଲୁଛି ଗୁମର
କଟକ, ୧୯/୭ : କମିଶନରେଟ ପୋଲିସ ହାତରେ ଧରାପଡ଼ିଲା ଓଡ଼ିଶାର କୁଖ୍ୟାତ ଠକ ଶଶଧର ପଣ୍ଡା। ଜଣେ ବ୍ୟକ୍ତିଙ୍କୁ ଜମି ଯୋଗାଇ ଦେବା ପାଇଁ ୨୦ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ ପୋଲିସ ଧରିଲା ପରେ ଖୋଲିଲା ଶଶଧରଙ୍କ ଗୁମର। ସାରା ଓଡ଼ିଶାରେ ପ୍ରାୟ ୧୦କୋଟିରୁ ଊର୍ଦ୍ଧ୍ବ ଟଙ୍କା ଠକିଥିବା ନେଇ ଏ ପର୍ଯ୍ୟସ୍ତ ପୋଲିସ ନିକଟରେ ସୂଚନା ରହିଛି ।
କେତେବେଳେ ନିଜକୁ ସରକାରୀ ଅଧିକାରୀ ତ କେତେବେଳେ ସମାଜସେବୀ ଓ କେତେବେଳେ ସାଜିଥିଲେ ପ୍ରତିଷ୍ଠିତ ବ୍ୟବସାୟୀ । ଅତି ସରଳ ଓ ଶିକ୍ଷିତ ଦେଖା ଯାଉଥିବା ଶଶଧର ବାସ୍ତବିକ ଜୀବନରେ ହେଉଛନ୍ତି ବଡ଼ ଠକ ୪୨୦। ଭଦ୍ରକ ଜିଲ୍ଲା ଧୁଷୁରୀ ଅଞ୍ଚଳର ଶଶଧର ପଣ୍ଡା କଟକ ସିଡିଏ ଅଞ୍ଚଳର ରହୁଥିବାବେଳେ ନିଜକୁ ବିଭିନ୍ନ ସ୍ଥାନରେ ନିଜକୁ ବିଇଓ, ସମାଜସେବୀ, ରେଲୱେ ଅଧିକାରୀ ଓ ବଡ଼ ବ୍ୟବସାୟୀ ସହ ଖ୍ୟାତି ସମ୍ପନ୍ନ ବ୍ୟକ୍ତି ଭାବେ ପରିଚୟ ଦେଇ ଲୋକଙ୍କ ନିକଟବର୍ତ୍ତି ହୋଇ ବିଶ୍ୱାସ ଜନ୍ମାଉଥିଲେ । ଏହାପରେ ‘ମୁଙ୍ଗେରୀ ଲାଲ କି ହସିନ ସପନେ’ ଦେଖାଇ ଲୋକଙ୍କଠାରୁ କୋଟିକୋଟି ଟଙ୍କା ଠକି ନେଇଥିଲେ। ଗତ କିଛିଦିନ ତଳେ ମଙ୍ଗଳାବାଗ ଥାନାରେ ଏକ ଜମି ବାବଦରେ ୨୦ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଶଶଧର ପଣ୍ଡା ଗିରଫ ହୋଇଛି। ଗିରଫ ହେବା ପରେ ବର୍ତ୍ତମାନ ଶଶଧରର ଠକେଇ ଚ୍ୟାପ୍ଟରର ଗୋଟିଏ ପରେ ଗୋଟିଏ କଳା ଚିଠା ସାମ୍ନାକୁ ଆସୁଛି।
ବାଲିଅନ୍ତାରୁ ବାଲେଶ୍ୱର। ପୁରୀରୁ ପାରାଦ୍ୱୀପ ସବୁ ଆଡେ ଏହିଭଳି ଠକେଇ କରି ଲୋକଙ୍କ ପାଖରୁ କୋଟି କୋଟି ଟଙ୍କା ନେଇ ଫେରାର ହୋଇଯାଇଥିଲା। ବାଲିଅନ୍ତାରୁ ୨ କୋଟି ୨୪ ଲକ୍ଷ, ଭଦ୍ରକ ରୁରାଲ ଥାନାରୁ ୬୪ଲକ୍ଷ, ନିମାପଡ଼ା ଥାନାରେ ୫୮ଲକ୍ଷ, ଭଦ୍ରକ ଟାଉନ୍ ଥାନା ବନ୍ଧ ମୁଣ୍ଡା ଥାନାର ଠକେଇ ଅଭିଯୋଗ ସହ ଇଓଡବ୍ଲୁରେ ୩ କୋଟି ୫୦ଲକ୍ଷ ଠକେଇ ଅଭିଯୋଗ ରହିଛି। ଅନେକ ଘଟଣାରେ ସେ ଗିରଫ ହୋଇ କୋର୍ଟ ଚାଲାଣ ହୋଇ ସାରିଥିଲେ ସୁଦ୍ଧା ଠକେଇ ପ୍ରକୃତି ଛାଡି ନଥିଲା। ଫଳରେ ଅନେକ ଲୋକ ଠକାମିର ଶିକାର ହୋଇଥିଲେ।
ବର୍ତ୍ତମାନ ଶଶଧର ପଣ୍ଡା ବିରୁଦ୍ଧରେ ଅଭିଯୋଗ କାରୀଙ୍କ ଲମ୍ବା ଧାଡ଼ି ଲାଗିଥିବାବେଳେ ଯଦି ଆଉ କେହି ଠକେଇର ଶିକାର ହୋଇଛନ୍ତି ତେବେ ସେମାନେ ପୋଲିସର ସହାୟତା ନେବାକୁ ଅପିଲ କରିଛନ୍ତି କଟକ ଡିସିପି ।
ଆହୁରି ପଢନ୍ତୂ : ଆରଟିଓ ଚାଲାଣ ସେଟଲମେଣ୍ଟ କରିବା ନାଁରେ ୨୦ଲକ୍ଷରୁ ଅଧିକ ଠକେଇ, ଦୁଇ ଗିରଫ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।