ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

Jul 01, 2026 - 21:30
ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆନନ୍ଦପୁର ଯାଉଥିବା ସମୟରେ ଛେନାପଦି -ଅଣା ରାସ୍ତାରେ ଏକ ସଡ଼କ ଦୁର୍ଘଟଣା ଘଟିଥିଲା। ଗୁରୁତର ହୋଇଥିବା ଆମ୍ବୋ ଗ୍ରାମର ମହିଳା ଶାନ୍ତିଲତା ରାଉତଙ୍କୁ ଦୁର୍ଘଟଣାସ୍ଥଳରୁ ଉଦ୍ଧାର କରି ନିଜ ଗାଡ଼ିରେ ଡାକ୍ତରଖାନା ନେଇ ଚିକିତ୍ସା କରାଇଥିଲେ। ଆମ୍ବୁଲାନ୍ସ ଆସିବା ପୂର୍ବରୁ ଆଲୋକ ଗୁରୁତରଙ୍କୁ ଏପରି ସାହାଯ୍ୟ କରିବା ନେଇ ନେଇ ସାଧାରଣରେ ପ୍ରଶଂସା କରାଯାଇଛି।

Dharitri – Odisha’s No.1 Odia Daily