ଦୁର୍ଗମ ଗାଁରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିଲେ ଏମ୍‌ପି, କହିଲେ ଗୋଟିଏ ବର୍ଷ ମଧ୍ୟରେ…

Jul 15, 2026 - 19:32
ଦୁର୍ଗମ ଗାଁରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିଲେ ଏମ୍‌ପି, କହିଲେ ଗୋଟିଏ ବର୍ଷ ମଧ୍ୟରେ…

ଦାରିଙ୍ଗବାଡ଼ି,୧୫ା୭(ଅରୁଣ ସାହୁ): କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ୨ ଦିନିଆ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳ ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ବୁଧବାର ପ୍ରଥମଦିନ ଅପରାହ୍ନରେ ସେ ଉକ୍ତ ବ୍ଲକର ଦୁର୍ଗମ ତିଲୋରୀ ପଞ୍ଚାୟତର ମୁଗୁପାଙ୍ଗା ଗ୍ରାମରେ ପହଞ୍ଚିଥିଲେ। ଏମ୍‌ପିଙ୍କୁ ଅତି ନିକଟରେ ପାଇ ଗ୍ରାମବାସୀ ଭାବବିହ୍ବଳ ହୋଇଯାଇଥିଲେ ସେ ଗାଁ ଲୋକଙ୍କ ସହ ବସି ତାଙ୍କ ଅଭିଯୋଗ ଶୁଣିଥିଲେ। ଏହି ସମୟରେ ଗାଁରେ ପିଇବାପାଣିର ଘୋର ଅଭାବ ରହିଥିବା ବେଳେ ଗାଁର ଶିଶୁଙ୍କ ପାଇଁ ଅଙ୍ଗନଓ୍ବାଡ଼ି କେନ୍ଦ୍ରଟିଏ ନ ଥିବାରୁ ପ୍ରାୟ ୨ କିମି ଦୂର ଜଙ୍ଗଲରାସ୍ତାରେ ଗଏସ୍‌ବାନ୍ଦା କେନ୍ଦ୍ରକୁ ଯିବାକୁ ପଡୁଛି। ତେଣୁ ଗାଁରେ ଗୋଟିଏ କେନ୍ଦ୍ର ସ୍ଥାପନ ପାଇଁ ଅଞ୍ଚଳବାସୀ ଦାବି କରିଥିଲେ। ସେହିପରି ସେହି ଗାଁଠାରୁ ଅନ୍ୟତ୍ର ଯାତାୟାତ ପାଇଁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ପକ୍କା ରାସ୍ତା, ବିଦ୍ୟାଳୟର ଉନ୍ନତିକରଣ ଓ ପାଚେରି ନିର୍ମାଣ, ଗାଁ ଭାଗବତ ଟୁଙ୍ଗିର ପୁନରୁଦ୍ଧାର, ଗୋଷ୍ଠୀ ସଭାଗୃହ ଆଦି ଦାବି ରହିଥିଲା। ଏହାର ଗୋଟିଏ ବର୍ଷ ମଧ୍ୟରେ ସମାଧାନ କରାଯିବାକୁ ସ୍ଥାନୀୟ ବିଡିଓ ପ୍ରୀତିରଞ୍ଜନ ରଥ ଏବଂ ଏମ୍‌ପି ପ୍ରତିଶ୍ରୁତି ଦେଇଥିଲେ। ସେହିପରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବହୁ ଯୋଜନା ଘୋଷଣା କରାଯାଇଛି। ସେ ସବୁ ଯୋଜନା ଲୋକଙ୍କ ନିକଟରେ ସଠିକ୍‌ ଭାବେ ପହଞ୍ଚି ପାରୁଛି କି ନାହିଁ ଯେଉଁ ସବୁ ଯୋଜନାଗୁଡ଼ିକ ଲୋକ ଜାଣିପାରୁନାହାନ୍ତି। ସେହି ଯୋଜନା ସମ୍ପର୍କରେ ଜାଣି ତାକୁ କିଭଳି ଫାଇଦା ନେଇପାରିବେ ସେ ସମ୍ପର୍କରେ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀ ଲୋକଙ୍କୁ ସଚେତନ କରାଇଥିଲେ।

ଏମ୍‌ପି ଉକ୍ତ ଗାଁର ଏକାଧିକ ଲୋକଙ୍କ ଘରକୁ ଯାଇ ସେମାନଙ୍କ ସହ ଆଲୋଚନା କରିଥିଲେ ମୁଗୁପାଙ୍ଗାର ସୁରେଶ ଚନ୍ଦ୍ର ମଲିକ ଯିଏ କି ବନବାସୀ କଲ୍ୟାଣ ଆଶ୍ରମର ପୂର୍ବତନ ଜିଲାର ସଭାପତି ରହିଥିଲେ। ତାଙ୍କ ଘରେ ପହଞ୍ଚି ତାଙ୍କ ସହ ବିଭିନ୍ନ ପ୍ରସସଙ୍ଗରେ ଏମ୍‌ପି ଆଲୋଚନା କରିଥିଲେ ଓ ସେଠାରେ ଚା’ ଏବଂ ଜଳଖିଆ କରିଥିଲେ। ଏମ୍‌ପି ପାଣିଗ୍ରାହୀଙ୍କ ଏହି ଗାଁକୁ ଚାଲ ଅଭିଯାନରେ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ମାନଗୋବିନ୍ଦ ପ୍ରଧାନ, ଭାଜପା ଜିଲା ସଭାପତି ପଣ୍ଡିତ ବିଶିମାଝୀ, ଜିଲା ସାଧାରଣ ସମ୍ପାଦକ ସୁକାନ୍ତ କୁମାର ସାହୁ, ବିଡିଓ ପ୍ରୀତିରଞ୍ଜନ ରଥ, ତହସିଲଦାର ଧୀରଜ ପାତ୍ର, ଏମ୍‌ପିଙ୍କ କନ୍ଧମାଳ ନିର୍ବାଚନମଣ୍ଡଳୀର ପ୍ରତିନିଧି ତଥା ବରିଷ୍ଠ ଭାଜପା ନେତା ଦୁର୍ଗା ଆଚାର୍ଯ୍ୟ, ଫୁଲବାଣୀ ଜିଲା କୋର୍ଟର ବରିଷ୍ଠ ସରକାରୀ ଓକିଲ ଅଜିତ ପଟ୍ଟନାୟକ, ଜିଲା ଉପସଭାପତି ଅଜିତ ସାହୁ, ଜିଲା ସମ୍ପାଦକ ସନ୍ତୋଷ ସାହୁ, ମଣ୍ଡଳ ସଭାପତି ମିଟୁ ସାହୁ, ମଣ୍ଡଳ ସାଧାରଣ ସମ୍ପାଦକ ରୁଦ୍ର ମାଧବ ସାହୁ, ରଞ୍ଜନ ସାହୁ, ମଣ୍ଡଳ ଉପସଭାପତି ସୁବାସ ସାହୁ, ବିଷ୍ଣୁ ଚରଣ ପ୍ରଧାନ,ହରେନ ସାହୁ, ଅରୁଣ ପ୍ରଧାନ, ମୀନକେତନ ସାହୁ, ପ୍ରଭାକର ସାହୁ, ମହେଶ୍ୱର ସାହୁଙ୍କ ସମେତ ବହୁ ଦଳୀୟ କର୍ମୀ ଓ ସରକାରୀ କର୍ମଚାରୀ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।