ଦକ୍ଷିଣରେ ଶକ୍ତିଶାଳୀ ହେଲା ଇଣ୍ଡି ମେଣ୍ଟ, ବିଜୟଙ୍କ TVK ସାମିଲ

Oct 04, 2026 - 12:16
ଦକ୍ଷିଣରେ ଶକ୍ତିଶାଳୀ ହେଲା ଇଣ୍ଡି ମେଣ୍ଟ, ବିଜୟଙ୍କ TVK ସାମିଲ

ନନ୍ଦିଘୋଷ ବ୍ୟୁରୋ: ଦକ୍ଷିଣରେ ବଢ଼ିଲା ଇଣ୍ଡି ମେଣ୍ଟର ଶକ୍ତି। ଇଣ୍ଡି ମେଣ୍ଟରେ ସାମିଲ ହେଲା ତାମିଲଗା ଭେଟ୍ଟରି କାଝାଗମ ବା ଟିଭିକେ । ଅଭିନେତା ତଥା ରାଜନେତା ବିଜୟ ନେତୃତ୍ବାଧୀନ ଟିଭିକେ ଇଣ୍ଡି ମେଣ୍ଟରେ ସାମିଲ ହେବା ପରେ ଏହାର ପ୍ରଭାବ ଜାତୀୟ ରାଜନୀତି ଉପରେ ପଡ଼ିଛି। ଇଣ୍ଡି ମେଣ୍ଟରେ ଟିଭିକେର ସାମିଲ ହେବା ଘଟଣାକୁ   ଐତିହାସିକ କହିଛି ରାଜ୍ୟ କଂଗ୍ରେସ। ଚେନ୍ନାଇ ସ୍ଥିତ ତାମିଲନାଡୁ କଂଗ୍ରେସ କମିଟି ଅଫିସରେ ବସିଥିବା ବୈଠକରେ ଟିଭିକେ, ସିପିଏମ, ସିପିଆଇ, ଭିସିକେ, ଏମଡିଏମକେ ଓ ଆଇୟୁଏମଏଲ ସାମିଲ ହୋଇଥିଲେ। ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ନେଇ ସାରା ଦେଶରେ ଚାଲିଥିବା ଆନ୍ଦୋଳନ ପରିପ୍ରେକ୍ଷୀରେ ଇଣ୍ଡି ମେଣ୍ଟରେ ଟିଭିକେ ସାମିଲ ହେବା ଘଟଣା ଏହି ଆନ୍ଦୋଳନକୁ ଅଧିକ ଶକ୍ତିଶାଳୀ କରିବ। ଅନୁଷ୍ଠିତ ବୈଠକରେ ଟିଭିକେ ପକ୍ଷରୁ ସାମିଲ ହୋଇଥିଲେ ଅଧବ ଅର୍ଜୁନ ଓ ମାରିଆ ଉଇଲସନ। ଆସନ୍ତା ଅକ୍ଟୋବର ୧୩, ୧୪ ଓ ୧୫ରେ ଚେନ୍ନାଇରେ ସିଇସି ପ୍ରସଙ୍ଗରେ ଆନ୍ଦୋଳନ କରାଯିବ ଏବଂ ଏଥିରେ ସମସ୍ତ ୭ଟି ଯାକ ଦଳ ସାମିଲ ହେବେ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)