ଥମିଯିବ କି ଆନ୍ଦୋଳନ, ଅଭିଜିତ କଲେ ବଡ଼ ଘୋଷଣା: ମୁଁ ଖୁସି ଯେ…

Jul 24, 2026 - 10:08
ଥମିଯିବ କି ଆନ୍ଦୋଳନ, ଅଭିଜିତ କଲେ ବଡ଼ ଘୋଷଣା: ମୁଁ ଖୁସି ଯେ…

ନୂଆଦିଲ୍ଲୀ,୨୪।୭: ପରିବେଶବିତ୍‌ ତଥା ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ସରକାରଙ୍କ ପ୍ରତିଶ୍ରୁତି ପରେ ତାଙ୍କ ଅନଶନ ସମାପ୍ତ କରିଛନ୍ତି। କକ୍ରୋଚ ଜନତା ପାର୍ଟି(ସିଜେପି) ମୁଖ୍ୟ ଅଭିଜିତ ଦୀପକେ ସୋନମ ୱାଙ୍ଗଚୁକ ଅନଶନ ବାତିଲ କରିବା ଉପରେ ପ୍ରତିକ୍ରିୟା ଦେଇଛନ୍ତି। ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରି ଅଭିଜିତ କହିଛନ୍ତି, ଆମେ ଅତ୍ୟନ୍ତ ଆଶ୍ୱସ୍ତ ଏବଂ ଖୁସି ଯେ ସୋନମ ସାର୍‌ ୨୬ ଦିନ ପରେ ତାଙ୍କର ଅନଶନ ସମାପ୍ତ କରିଛନ୍ତି। ସାର୍‌, ଆପଣଙ୍କ ଅଦମ୍ୟ ସାହସ ଏବଂ ତ୍ୟାଗ ପାଇଁ ଆପଣଙ୍କୁ ବହୁତ ଧନ୍ୟବାଦ। ଆପଣଙ୍କ ଜୀବନକୁ ବାଜି ଲଗାଇ ଆପଣ ସମଗ୍ର ଦେଶର ବିବେକକୁ ଜାଗ୍ରତ କରିଛନ୍ତି। ଆପଣଙ୍କ ଜୀବନ ଏହି ଦେଶ ପାଇଁ ଅତ୍ୟନ୍ତ ମୂଲ୍ୟବାନ। ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ନ ଦେବା ପର୍ଯ୍ୟନ୍ତ ଜନ୍ତର ମନ୍ତରରେ ‘କକ୍ରୋଚ ଜନତା ପାର୍ଟି’ର ଶାନ୍ତିପୂର୍ଣ୍ଣ ପ୍ରତିବାଦ ଜାରି ରହିବ।
କେନ୍ଦ୍ରୀୟ ମନ୍ତ୍ରୀ ଜେ.ପି. ନଡ୍ଡା ଏବଂ ଜିତେନ୍ଦ୍ର ସିଂହଙ୍କୁ ଭେଟିବା ପରେ ସୋନମ ୱାଙ୍ଗଚୁକ ତାଙ୍କର ଅନଶନ ସମାପ୍ତ କରିଛନ୍ତି। ଉଭୟ ମନ୍ତ୍ରୀ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲ ପରିଦର୍ଶନ କରିଥିଲେ ଏବଂ ଅନେକ ପ୍ରସଙ୍ଗରେ ସରକାରଙ୍କ ସକାରାତ୍ମକ ଆଭିମୁଖ୍ୟ ସମ୍ପର୍କରେ ତାଙ୍କୁ ଆଶ୍ୱାସନା ଦେଇଥିଲେ। ଦିଲ୍ଲୀର ଜନ୍ତର ମନ୍ତରରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରୁଥିବା ଏବଂ ଜୁଲାଇ ୨୦ ରେ ‘ସଂସଦ ମାର୍ଚ୍ଚ’ରେ ଅଂଶଗ୍ରହଣ କରିଥିବା ଲୋକଙ୍କ ବିରୋଧରେ ପଞ୍ଜିକୃତ ମାମଲାକୁ ଅନୁକୂଳ ଭାବରେ ବିଚାର କରାଯିବ ବୋଲି ସରକାର ପ୍ରତିଶ୍ରୁତି ଦେଇଛନ୍ତି।

ସରକାର ଏହା ମଧ୍ୟ ପୁନରାବୃତ୍ତି କରିଛନ୍ତି ଯେ, ପ୍ରଶ୍ନପତ୍ର ଲିକ ଏବଂ ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ସମ୍ପର୍କରେ ସଂସଦରେ ଆଲୋଚନା କରାଯିବ। ଏହା ସହିତ, ସମ୍ପ୍ରତି NEET ପେପର୍‌ ଲିକ ମାମଲାରେ ଆତ୍ମହତ୍ୟା କରି ମୃତ୍ୟୁବରଣ କରିଥିବା ଛାତ୍ରଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାର ପ୍ରସ୍ତାବକୁ ଅନୁକୂଳ ଭାବରେ ବିଚାର କରାଯାଉଛି।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।