ତେଲକୋଇ ଥାନା ସାତହଳିଆ ଜଙ୍ଗଲରେ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ

Jun 30, 2026 - 11:39
ତେଲକୋଇ ଥାନା ସାତହଳିଆ ଜଙ୍ଗଲରେ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ସାତହଳିଆ ନିକଟ ଜଙ୍ଗଲରେ ଜଣେ ଅଚିହ୍ନା ବ୍ୟକ୍ତିଙ୍କର ମୃତଦେହ ଠାବ ହୋଇଛି । କେହି ତାଙ୍କୁ ହତ୍ୟା କରିବା ପରେ ଏଠାରେ ପକାଇ ଦେଇଥିବା ଲୋକେ ସନ୍ଦେହ କରୁଛନ୍ତି  । ତାଳପଦା ପଞ୍ଚାୟତର ପଙ୍ଗା ଆଡ଼କୁ ଯିବା ରାସ୍ତାର ସାତହଳିଆ ନିକଟରେ ଥିବା ଜଙ୍ଗଲରେ ମୃତଦେହଟି ମୁହଁ ମାଡି ତଳେ ପଡ଼ିଥିବା ଅବସ୍ଥାରେ ଜଙ୍ଗଲକୁ ଯାଉଥିବା ଲୋକେ ଦେଖିଥିଲେ । ଖବର ଲେଖା ହେବା ବେଳକୁ ତେଲକୋଇ ପୋଲିସ ସେଠାରେ ପହଁଚି ନଥିବା ସୂଚନା ମିଳିଛି । ତେବେ କିଭଳି ଏବଂ କେଉଁ ପରିସ୍ଥିତିରେ ମୃତଦେହ ସେଠାକୁ ଗଲା ପୋଲିସ ପହଞ୍ଚି ତଦନ୍ତ କରିବା ପରେ ଜଣାପଡିବ ।