09 JULY 2026

Welcome!

Unlock your personalized experience.
Sign Up

ତମେ ମୋ ମୁଣ୍ଡ କାଟିଦେଲେ ବି ଯିବିନି, ଯେତେ ଟଙ୍କା ଦେଲେ ବି ବିକ୍ରି ହେବିନି: ମହୁଆ

Jul 08, 2026 - 23:22
ତମେ ମୋ ମୁଣ୍ଡ କାଟିଦେଲେ ବି ଯିବିନି, ଯେତେ ଟଙ୍କା ଦେଲେ ବି ବିକ୍ରି ହେବିନି: ମହୁଆ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ୧୫ ବର୍ଷର ଟିଏମସି ସରକାର ଯିବା ପରେ ଦଳରେ ଆରମ୍ଭ ହୋଇଛି ବିଭାଜନ । ବିଧାୟକ ଏବଂ ସାଂସଦ ଛାଡ଼ିଛନ୍ତି ମମତାଙ୍କ ହାତ । ଏହାସହ ଅନେକ ଆଗ ଧାଡ଼ିର ନେତୃତ୍ବ ମଧ୍ୟ ଟିଏମସି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି । ଶୁଭେନ୍ଦୁଙ୍କ ନେତୃତ୍ବରେ ବିଜେପିକୁ ମଧ୍ୟ ଡେଇଁଛନ୍ତି । ଏହାରି ଭିତରେ ଏକ ଚର୍ଚ୍ଚା ଶୁଣିବାକୁ ମିଳିଛି ମହୁଆ ମୈତ୍ର ବିଜେପିରେ ସାମିଲ ହେବେ । ଏବେ ସେ ଏନଡିଏକୁ ସମର୍ଥନ କରିବେ । ଯାହାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ମହୁଆ ।

ଏଭଳି ଚର୍ଚ୍ଚାକୁ ନେଇ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି ମହୁଆ । ସେ କହିଛନ୍ତି କି, ମୁଣ୍ଡ କାଟିଦେଲେ ମଧ୍ୟ ମୁଁ ବିଜେପିରେ ମିଶିବି ନାହିଁ । ଦଳରେ ବିଭାଜନ ହୋଇଛି ସତ କିନ୍ତୁ ଟିଏମସି ଭାଙ୍ଗିନାହିଁ । ନିକଟରେ ଯାଇଥିବା ବିଧାନସଭା ନିର୍ବାଚନରେ ଆମ ଦଳ ୪୧ ପ୍ରତିଶତ ସମର୍ଥନ ପାଇଛି । ଯାହା ଏକ ବଡ଼ ସଂଖ୍ୟା ବୋଲି କହିପାରିବା । ଯେଉଁମାନେ ଟିଏମସି ଛାଡ଼ିଛନ୍ତି ସେମାନେ ଟଙ୍କା ଲୋଭ କିମ୍ବା ଭୟରେ ଦଳ ଛାଡ଼ିଛନ୍ତି । କିନ୍ତୁ ମୋତେ ଯେତେ ଟଙ୍କା ଦେଲେ ମଧ୍ୟ ମୁଁ ବିକ୍ରି ହେବି ନାହିଁ । ଯଦି କହିବ ତାହେଲେ ମୁଁ ମୋର ମୁଣ୍ଡ କାଟିଦେବି ହେଲେ ସେ ଦଳକୁ ଯିବିନାହିଁ ।

ଏହାସହ ପଢ଼ନ୍ତୁ : କେଉଁଠି ଅଛନ୍ତି ସୌରଭ ଗାଙ୍ଗୁଲିଙ୍କ ଝିଅ, ଜନ୍ମଦିନରେ ଦାଦା କହିଲେ ବଡ଼ କଥା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।