WEDNESDAY
08 JULY 2026

Welcome!

Unlock your personalized experience.
Sign Up

ଭାରତରେ Youtubeର ଗିଫ୍ଟ ଫିଚର୍ ଲଞ୍ଚ, ଜାଣନ୍ତୁ କିଭଳି କାମ କରିବ …

Jul 08, 2026 - 18:49
ଭାରତରେ Youtubeର ଗିଫ୍ଟ ଫିଚର୍ ଲଞ୍ଚ, ଜାଣନ୍ତୁ କିଭଳି କାମ କରିବ …

ନୂଆଦିଲ୍ଲୀ, ୮/୭ : Youtubeର ଶୁଭେଚ୍ଛାରୁ ପାଇବେ ଗିଫ୍ଟ । ଏ କଥା ଶୁଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ । ଆଜ୍ଞା ଏହା ସତ । ୟୁଟ୍ୟୁବ ଏବେ ନୂଆ ପନ୍ଥା ଆପଣାଇଛି । ଆସନ୍ତୁ ଜାଣିବା କିଭଳି ପାଇବେ Youtubeରୁ ଗିଫ୍ଟ । Youtube ଏହାର ସମ୍ପୂର୍ଣ୍ଣ ବ୍ୟବସ୍ଥା କରି ଦେଇଛି । ଏଥିରେ ଗିଫ୍ଟ ନୂଆ ଫିଚର ବି ଯୋଡ଼ି ହୋଇଯାଇଛି । ଭଲ କଥା ଏହା କି ଫିଚର ଇଣ୍ଡିଆରେ ବି ଲାଇଭ ରହିଛି । ଭାରତ ବିଷୟରେ କହିବାକୁ ଗଲେ, ଉପହାରରେ ବଡ଼ା ପାୱ, ଚା ଏବଂ ଟୋଷ୍ଟ ଠାରୁ ଆରମ୍ଭ କରି ଗୁପଚୁପ ପର୍ଯ୍ୟନ୍ତ ସବୁ କିଛି ଅନ୍ତର୍ଭୁକ୍ତ । ଜାଣନ୍ତୁ ଆପଣ ଏହି ଉପହାରଗୁଡ଼ିକୁ କିପରି ଗ୍ରହଣ କରିବେ।

‘ଗିଫ୍ଟ୍ସ’ଫିଚର ଦର୍ଶକଙ୍କୁ ଲାଇଭ୍ ଷ୍ଟିମ ସମୟରେ ଏନିମେଟେଡ୍ ଭର୍ଚୁଆଲ ଗିଫ୍ଟ ପଠାଇବାକୁ ଅନୁମତି ଦେଇଥାଏ । ଗିଫ୍ଟ ଏନିମେଟେଡ୍ ଓଭେରାଲ୍ ହୋଇଥାଏ ଯାହାକୁ ଦର୍ଶକ କ୍ରଏଟର୍ସଙ୍କ ଭର୍ଟିକାଲ ଲାଇଭ ଷ୍ଟ୍ରିମ୍ ସମୟରେ ପଠାଇପାରିବେ । ଗିଫ୍ଟ୍ସ ଲାଇଭ୍ ସମୟରେ ସ୍କ୍ରିନରେ ଆସିଥାଏ । ଏହି ଫିଚର ରିୟଲ- ଟାଇମ୍ ରିଆକ୍ସନ ଏବଂ ଭାବନା ବ୍ୟକ୍ତ କରିବା ଲାଗି ଡିଜାଇନ କରାଯାଇଛି ।

ଗିଫ୍ଟ ପଠାଇବା ଲାଗି ଦର୍ଶକ ଜ୍ବେଲ୍ସ କିଣିପାରନ୍ତି, ଯାହା Youtubeର ଭର୍ଚୁଆଲ୍ କରେନ୍ସି ଅଟେ । ଯେତେବେଳେ ପ୍ରଶଂସକ ଜ୍ବେଲ୍ସର ଉପଯୋଗ କରି ଗିଫ୍ଟ ପଠାଇଥାନ୍ତି ତ କ୍ରିଏଟର୍ସଙ୍କୁ ରୁବିଜ୍ ମିଳିଥାଏ । ଯାହା ଏହି ଇଣ୍ଟରାକ୍ସନରେ ତାଙ୍କର କଲେକ୍ସନକୁ ଦର୍ଶାଇଥାଏ । ଜ୍ବେଲ୍ସ କିଣିବା ପରେ ଭର୍ଚୁଆଲ ଗିଫ୍ଟ ବୋରିଂ ନ ଲାଗୁ ଏଥିଲାଗି ତାଙ୍କୁ ବଡ଼ା ପାଓ୍ବରୁ ନେଇ ଗୁପଚୁପ ଭଳି ପଠାଯାଇପାରେ। ପ୍ରଶଂସକ ଚାହିଁବେ ତ କେମ ଚୋ, ଅଲ ଇଜ ଓ୍ବେଲ ଏବଂ ଶୁଭେଚ୍ଛା କହି ବି ଗିଫ୍ଟ ପଠାଇପାରିବେ । ଗିଫ୍ଟ୍ସ ଫିଚର ବି ୟୁଟ୍ୟୁବର ସୁପର ଚାଟ ଫିଚର ଭଳି ହିଁ ଯେଉଁଥିରେ ଦର୍ଶକ ଟଙ୍କା ପଠାଇ ଚାଟର ଟପରେ ଆସିପାରିବେ ।

କ୍ରିଏଟର୍ସ You tube Studioର Earn ସେକ୍ସନରେ ଭର୍ଚୁଆଲ ଆଇଟମ୍ସ ମଡ୍ୟୁଲକୁ ସ୍ବୀକାର କରି ଗିଫ୍ଟ୍ସକୁ ଆକ୍ଟିଭେଟ କରିପାରିବେ । ଗୋଟିଏ ଥର ଆକ୍ଟିଭେଟ ହେବା ପରେ ଗିଫ୍ଟ୍ସ ତାଙ୍କ ଭର୍ଟିକାଲ ଲାଇଭ ଷ୍ଟ୍ରିମ୍ ଉପରେ ଆପେ ଆପେ ଉପଲବ୍ଧ ହୋଇଯିବ । ଗୋଟିଏ କଥାର ଧ୍ୟାନ ରଖନ୍ତୁ ଗିଫ୍ଟ୍ସ ଚାଲୁ କରିଥିବା କ୍ରିଏଟର୍ସଙ୍କୁ ଭର୍ଟିକାଲ ଲାଇଭ ଷ୍ଟ୍ରିମ୍ସ ଉପରେ ସୁପର ଷ୍ଟିକର୍ସର ଆକ୍ସେସ ମିଳିବ ନାହିଁ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।