ଡ୍ରାଇଭରମାନଙ୍କ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ସରକାରଙ୍କୁ ୯୦ ଦିନର ସମୟ

Jun 11, 2026 - 15:02
ଡ୍ରାଇଭରମାନଙ୍କ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ସରକାରଙ୍କୁ ୯୦ ଦିନର ସମୟ

ବଲାଙ୍ଗୀର,୧୧ା୬(ସୁନିଲ କୁମାର ମହାନ୍ତି): ଅଟୋ ଓ ପ୍ରାଇଭେଟ ଗାଡ଼ିର ବୃତ୍ତିଗତ ଡ୍ରାଇଭରମାନଙ୍କୁ ଡ୍ରାଇଭର କଲ୍ୟାଣ ବୋର୍ଡରେ ସାମିଲ କରିବା ଏବଂ ଡ୍ରାଇଭରମାନଙ୍କୁ ନିର୍ବାଚନରେ ତାଙ୍କର ମତଦାନ ଦେବାର ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ରହୁଥିବା ଏହା ସହିତ ଡ୍ରାଇଭରମାନଙ୍କର ରହିଯାଇଥିବା ଅନ୍ୟାନ୍ୟ ସମସ୍ୟାକୁ ନେଇ ସଂଘ ପକ୍ଷରୁ ବାରମ୍ବାର ସରଜରଙ୍କୁ ଜଣାଇବା ପରେ ମଧ୍ୟ ଏହାର ସମାଧାନ କରାଯାଉନାହିଁ। ଏଣୁ ଗୁରୁବାର ଏହାର ପ୍ରତିବାଦରେ ଓଡ଼ିଶା ଡ୍ରାଇଭର ମହାସଂଘ ବଲାଙ୍ଗୀର ପକ୍ଷରୁ ଏକ ଶୋଭାଯାତ୍ରାରେ ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ମୂଖ୍ୟମନ୍ତ୍ରୀଙ୍କୁ ଜିଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି। ଅଟୋ ଓ ବୃଦ୍ଧିଗତ ପ୍ରାଇଭେଟ ଗାଡ଼ି ଡ୍ରାଇଭରମାନଙ୍କୁ ଡ୍ରାଇଭର କଲ୍ୟାଣ ବୋର୍ଡରେ ସାମିଲ କରିବା ସହିତ ସମସ୍ତ ଡ୍ରାଇଭରମାନଙ୍କ ସୋସିଆଲ ସିକ୍ୟୁରିଟି ପ୍ରଦାନ କରିବା ଓ ନିର୍ବାଚନରେ ଡ୍ରାଇଭରମାନେ ଭୋଟ ଦେବା ଭଳି ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ନ କରିବା ଡ୍ରାଇଭରମାନଙ୍କ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ସରକାରଙ୍କଠାରେ ଦାବି କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇ ସରକାରଙ୍କୁ ଓଡ଼ିଶା ଡ୍ରାଇଭର ସଂଘ ଏକତା ମହାମଞ୍ଚ ପକ୍ଷରୁ କୁହାଯାଇଛି। ଆଗାମୀ ୯୦ ଦିନ ମଧ୍ୟରେ ଡ୍ରାଇଭରମାନଙ୍କର ସମସ୍ୟାର ସ୍ଥାୟୀ ସମାଧାନ ନ ହୁଏ ତେବେ ବାଧ୍ୟ ହୋଇ ସମଗ୍ର ଡ୍ରାଇଭର ସମାଜ ଆଗକୁ ବଡ଼ ଆନ୍ଦୋଳନାତ୍ମକ ପନ୍ଥା ହାତକୁ ନେବେ ବୋଲି ଚେତାବନୀ ଦେଇଛନ୍ତି। ପରେ ବଲାଙ୍ଗୀର ଏସ୍‌ପି, ଓ ଆର୍‌ଟିଓ ମଧ୍ୟ ଡ୍ରାଇଭର ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।