ଟ୍ରାକ୍ଟରରେ ବସି ଯାଉଥିଲେ ଶ୍ରମିକ, ଖସିପଡ଼ିବାରୁ…

Jun 29, 2026 - 13:07
ଟ୍ରାକ୍ଟରରେ ବସି ଯାଉଥିଲେ ଶ୍ରମିକ, ଖସିପଡ଼ିବାରୁ…

ବରଗଡ଼,୨୯ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅନ୍ତର୍ଗତ ସରସରା ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରାକ୍ଟର (ନଂ-ଓଡି୧୫ଏଫ ୯୬୬୩) ଚାପାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ, ସୋହେଲାର ଖବିଲା କୋଶଲେ(୨୬)। ବରଗଡ଼ ସଦର ଥାନା ପୋଲିସ ଶବ ଜବତ କରି ଜିଲା ମୁଖ୍ୟ ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଇଛି। ଏ ନେଇ ସ୍ଥାନୀୟ ସଦର ଥାନା ପୋଲିସ କେସ୍‌ ନଂ ୨୧୭/୨୬ରେ ଏକ ମାମଲା ରୁଜୁ କରିଛି।

ସୂଚନାନୁଯାୟୀ, ମୃତକ ଜଣକ ଉପରୋକ୍ତ ଟ୍ରାକ୍ଟରରେ ବସି ଯାଉଥିଲେ। ମାତ୍ର କୌଣସି କ୍ରମେ ଟ୍ରାକ୍ଟରରୁ ସେ ତଳକୁ ଖସି ପଡ଼ିଥିଲେ। ଏହାପରେ ଟ୍ରାକ୍ଟର ଟ୍ରଲିରେ ସେ ଚାପି ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ତାଙ୍କୁ ବରଗଡ଼ ଡାକ୍ତରଖାନା ଅଣାଯାଇଥିଲା। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Dharitri – Odisha’s No.1 Odia Daily