ଜ୍ଞାନବିଜ୍ଞାନ ମେଳା: ୨୧୦ ପ୍ରକଳ୍ପ ପ୍ରଦର୍ଶିତ କରି ଛାତ୍ରୀଛାତ୍ର…
ଭଞ୍ଜନଗର,୧ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରଠାରେ ଶନିବାର ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ଉମାକାନ୍ତ ମିଶ୍ର ଯୋଗ ଦେଇ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ଜ୍ୟୋତି ରଞ୍ଜନ ବିଷୋୟୀ, ଉପସଭାପତି ଆଦିତ୍ୟ ପ୍ରଧାନ, ଯୁଗ୍ମ ସମ୍ପାଦକ ଗଙ୍ଗାଧର ଦାସ ପ୍ରମୁଖ ଯୋଗ ଦେଇଥିଲେ। ବିଚାରକ ଭାବରେ ବାଲ୍ମିକୀ ସେଠୀ, ବଳରାମ ଦାସ, ବିଭୁ ପ୍ରସନ୍ନ ମେହେର ,ସୁବାସ ଚନ୍ଦ୍ର ମଲ୍ଲିକ, ରାଧାକୃଷ୍ଣ ନାୟକ, ଝରଣା ରାଣୀ ପଣ୍ଡା, ଅମୂଲ୍ୟ ମିଶ୍ର, ଗୋପାଳକୃଷ୍ଣ ମିଶ୍ର, ପବିତ୍ର ତ୍ରିପାଠୀ, ଉତ୍ତମ କୁମାର ମହାରଣା ଯୋଗଦେଇଥିଲେ। ପ୍ରାଥମିକ ବର୍ଗ, ଶିଶୁ ବର୍ଗ, ବାଲ୍ ବର୍ଗ, କିଶୋର ବର୍ଗରୁ ମୋଟ୍ ୨୧୦ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଏହି ବିଜ୍ଞାନ ମେଳାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରକଳ୍ପଗୁଡିକ ବେଲଗୁଣ୍ଠାଠାରେ ଅନୁଷ୍ଠିତ ହେବାକୁ ଥିବା ଆଗାମୀ ସଙ୍କୁଳସ୍ତରୀୟ ବିଜ୍ଞାନ ମେଳା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ବିଜ୍ଞାନ ପ୍ରମୁଖ ଚିତ୍ତରଞ୍ଜନ ମିଶ୍ର ବିବରଣୀ ପଠନ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ପୂର୍ଣ୍ଣଚନ୍ଦ୍ର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।