ଜୁଲାଇ ୪ରେ ଓଡ଼ିଶା ଆସିବେ ଅମିତ ଶାହା: ବରଗଡ଼ରେ…
Jun 29, 2026 - 18:35
ବରଗଡ଼,୨୯।୬(ପ୍ରେମାନନ୍ଦ ଖମାରୀ): ଆସନ୍ତା ୪ ତାରିଖରେ ଓଡ଼ିଶା ଆସିବେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ଏନେଇ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ସୂଚନା ଦେଇଛନ୍ତି। ଶାହା ଜୁଲାଇ ୪ରେ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚି ବରଗଡ଼ ଯିବେ। ବରଗଡ଼ରେ ୧୭୫୦ କୋଟି ଟଙ୍କାର ଇଥାନଲ ପ୍ଲାଣ୍ଟ ଉଦଘାଟନ ସହିତ ସାଧାରଣ ସଭାରେ ଉଦବୋଧନ ଦେବେ ଶାହା। ଏହାପରେ ସମ୍ବଲପୁର ଯାଇ ରାତ୍ରିଯାପନ କରିବେ। ୫ ତାରିଖରେ ସମ୍ବଲପୁରରେ ସାଧାରଣ ସଭାକୁ ସମ୍ବୋଧିତ କରିବେ।
Dharitri – Odisha’s No.1 Odia Daily