ଜୀବନ ନେଲା ଚାଟ୍‌ଜିପିଟି

Sep 19, 2026 - 13:30
ଜୀବନ ନେଲା ଚାଟ୍‌ଜିପିଟି

ନନ୍ଦିଘୋଷ ବ୍ୟୁରୋ :  IIT ବମ୍ବେରେ ଜଣେ ଦ୍ୱିତୀୟ ବର୍ଷର ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗକୁ ନେଇ କ୍ୟାମ୍ପସରେ ଚର୍ଚ୍ଚା ଜୋର ଧରିଛି। ପରୀକ୍ଷା ସମୟରେ ଚାଟ୍‌ଜିପିଟି ବ୍ୟବହାର କରି ଧରାପଡ଼ିବା ପରେ ଛାତ୍ରଜଣକ ଏଭଳି ଚରମ ପଦକ୍ଷେପ ନେଇଥିବା ନେଇ ଦାବି ହେଉଛି। ତେବେ ପ୍ରକୃତରେ କ’ଣ ଘଟିଥିଲା ଏବଂ ଛାତ୍ରଙ୍କ ମୃତ୍ୟୁ ପଛରେ କାରଣ କ’ଣ, ତାହା ସ୍ପଷ୍ଟ କରିବାକୁ ଦାବି କରିଛନ୍ତି ସହପାଠୀମାନେ।

ଘଟଣାକୁ ନେଇ ଛାତ୍ରଛାତ୍ରୀମାନେ କ୍ୟାମ୍ପସରେ ଧାରଣା ଓ ପ୍ରତିବାଦ କରି ପ୍ରଶାସନଠାରୁ ଉତ୍ତରଦାୟିତ୍ୱ ଓ ସ୍ୱଚ୍ଛତା ଦାବି କରିଛନ୍ତି। ଛାତ୍ରମାନଙ୍କ ଦାବି ଅନୁସାରେ, ଚଳିତ ବର୍ଷ କ୍ୟାମ୍ପସରେ ଏହା ଚତୁର୍ଥ ଆତ୍ମହତ୍ୟା ଘଟଣା ଏବଂ ଗତ ଦୁଇ ମାସ ମଧ୍ୟରେ ଏହା ଦ୍ୱିତୀୟ ଘଟଣା। କ୍ୟାମ୍ପସରେ ଏଭଳି ଘଟଣା କାହିଁକି ବାରମ୍ବାର ଘଟୁଛି, ଏହାର ମୂଳ କାରଣ କ’ଣ ଏବଂ ଭବିଷ୍ୟତରେ ଏଭଳି ଘଟଣାକୁ କିପରି ରୋକାଯାଇପାରିବ, ସେନେଇ ପ୍ରଶାସନ ଠୋସ୍ ପଦକ୍ଷେପ ନେଉ ବୋଲି ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)