ଜାତୀୟ ସ୍ତରୀୟ ପ୍ରେରଣା ଉତ୍ସବ ପାଇଁ ଛାତ୍ରୀ କୀର୍ତ୍ତନା ମନୋନୀତ, ଅଞ୍ଚଳରେ ଖୁସିର ଲହରି
ପଟାଙ୍ଗି,୧୯ା୭(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦରମହକୁମାର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରୀ କୀର୍ତ୍ତନା ସାହୁ ଜାତୀୟ ସ୍ତରୀୟ ପ୍ରେରଣା ଉତ୍ସବ କାର୍ଯ୍ୟକ୍ରମକୁ ମନୋନୀତ ହୋଇ ଜିଲା, ବ୍ଲକ ଏବଂ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି।
ସୂଚନାନୁଯାୟୀ, ଫେବୃଆରୀ ୧୦ରେ କୋରାପୁଟ ଜବାହର ନବୋଦୟ ବିଦ୍ୟାଳୟରେ ହୋଇଥିବା ଜିଲାସ୍ତରୀୟ ପ୍ରେରଣା ଉତ୍ସବ କାର୍ଯ୍ୟକ୍ରମରେ ପଟ୍ଟାଙ୍ଗି ବ୍ଲକ ସଦରମହକୁମାର ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀ କୀର୍ତ୍ତନା ସାହୁ ଜାତୀୟ ସ୍ତରକୁ ଚୟନ ହୋଇଥିବା ସମ୍ପର୍କରେ ବିଦ୍ୟାଳୟକୁ ଖବର ପହଞ୍ଚିଥିଲା। ଉକ୍ତ ଖବରକୁ ନେଇ ବିଦ୍ୟାଳୟରେ ଖୁସିର ଲହରି ଖେଳିଯାଇଥିଲା। କୀର୍ତ୍ତନାଙ୍କ ନିକଟକୁ ସହପାଠୀଙ୍କ ସମେତ ଶିକ୍ଷୟିତ୍ରୀ ଶିକ୍ଷକଙ୍କର ଶୁଭେଚ୍ଛାର ସୁଅ ଛୁଟିଥିଲା।
ଅନ୍ୟପକ୍ଷରେ କୋରାପୁଟର ଉପରୋକ୍ତ ବିଦ୍ୟାଳୟରେ ହୋଇଥିବା ପ୍ରେରଣା ଉତ୍ସବରେ ବିକଶିତ ଭାରତ ସମ୍ପର୍କିତ ବିଷୟକୁ ନେଇ ୩୦ ଜଣଙ୍କ ମଧ୍ୟରୁ ଜଣେ ଛାତ୍ରୀ କୀର୍ତ୍ତନା ସାହୁ ଚିତ୍ରା ଅଙ୍କନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଜାତୀୟ ସ୍ତରକୁ ଚୟନ ହୋଇଥିବା ଆମ ବିଦ୍ୟାଳୟ ପାଇଁ ଗୌରବ ଆଣିଛି ବୋଲି ଶିକ୍ଷୟିତ୍ରୀ ଶିକ୍ଷକ ମତପ୍ରକାଶ କରିବା ସହ ଅନ୍ୟ ଛାତ୍ରୀଛାତ୍ରଙ୍କ ପାଇଁ ଏହା ଉଦାହରଣ ସୃଷ୍ଟି କରିବ ବୋଲି ପ୍ରକାଶ କରିଛନ୍ତି।
ସେପଟେ ଛାତ୍ରୀ ଜଣକ ଜାତୀୟ ସ୍ତରକୁ ଚୟନ ହୋଇଥିବା ନେଇ ପରିବାର ବର୍ଗ ଜାଣିବା ପରେ ଝିଅ କୀର୍ତ୍ତନାଙ୍କୁ ଜାତୀୟ ସ୍ତରରେ କିପରି ସଫଳତା ହାସଲ କରିବ ସେନେଇ ସହଯୋଗର ହାତ ବଢ଼ାଇଥିବା ଜଣାପଡ଼ିଛି।
୨୯ ଅଗଷ୍ଟରୁ ୬ ସେପ୍ଟେମ୍ବର ପର୍ଯ୍ୟନ୍ତ ଗୁଜରାଟର ରାଜ୍ୟ ଶିକ୍ଷା ଅନୁସନ୍ଧାନ ଏବଂ ତାଲିମ ପରିଷଦ (GCERT), ଗାନ୍ଧୀନଗରରେ ହେବାକୁ ଥିବା ଜାତୀୟ ସ୍ତରୀୟ ପ୍ରେରଣା ଉତ୍ସବରେ ଅଂଶଗ୍ରହଣ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତ। ଏହିପରି ସ୍ଥିତିରେ ବ୍ଲକର ଏକ ମାତ୍ର ଛାତ୍ରୀ ଜିଲା ଜାତୀୟ ସ୍ତରକୁ ଚୟନ ହୋଇଥିବାବେଳେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ଶୁଭେଚ୍ଛା ଜଣାଯାଇ ନ ଥିବାରୁ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ଏନେଇ କୀର୍ତ୍ତନା ବିକଶିତ ଭାରତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଜାତୀୟସ୍ତରକୁ ଯିବା ପଛରେ ଶିକ୍ଷକ ରୋଶନ କୁମାର ମେହେର ସାର୍ଙ୍କଠାରୁ ଆରମ୍ଭ କରି ଅନ୍ୟ ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କର ଯେଉଁଭଳି ସହଯୋଗ ଏହା ମୋ’ ପାଇଁ ସବୁବେଳେ ମନେ ରହିବା ସହ ଆଶୀର୍ବାଦ ହୋଇ ରହିବ ବୋଲି ପ୍ରକାଶ କରିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।