ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

Jul 21, 2026 - 22:13
ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ ଗୁରୁତର ହୋଇ ଚିକିତ୍ସାଧୀନ ଅଛନ୍ତି।

ସୂଚନା ମୁତାବକ ସେହି ଗ୍ରାମର ଜାଗୁଳେଇ ଠାକୁରାଣୀଙ୍କ ଜମିକୁ ଦଳିତ ସାହିର ଜଣେ ବ୍ୟକ୍ତି ବହୁବର୍ଷ ପୂର୍ୱେ କିଣିଥିଲେ। ମାତ୍ର ଠାକୁରଙ୍କ ସମ୍ପତ୍ତି ନିୟମ ଅନୁସାରେ ପଟା ହୋଇପାରିବ ନାହିଁ ବୋଲି ଭଗବାନ ବାରିକଙ୍କ ଠାରୁ ଶିଖର ଭୋଇ କିଣିଥିଲେ। କେବଳ କବଲା ହୋଇ ରହିବ। ଏବେ ଶିଖର ଭୋଇ ଝିଅ ମାତା ଭୋଇ ଦଖଲରେ ଅଛନ୍ତି। ପରେ ଠାକୁରାଣୀଙ୍କ ଜାଗିରି ଜମିରୁ ଭଗବାନଙ୍କ ନାଁ କଟିନଥିବାରୁ ତାଙ୍କ ପୁଅ ନରେନ୍ଦ୍ର ବାରିକ ସେ ଜମିର ମାଲିକ ବୋଲି ଦାବି କରୁଛି। ଏହି ଜମିକୁ ନେଇ ଦୁଇ ପରିବାର ମଧ୍ୟରେ ବାରମ୍ୱାର ଗଣ୍ଡଗୋଳ ହେଉଥିଲା। ମଙ୍ଗଳବାର ବିଲ କତି କରିବାକୁ ନରେନ୍ଦ୍ର ଯିବାରୁ ପୂର୍ୱରୁ ଦଖଲରେ ରଖିଥିବା ପରିବାର ଲୋକ ସଙ୍ଘବଧ ହୋଇ ତାଙ୍କୁ ଆକ୍ରମଣ କରିଥିଲେ। ଯେଉଁଥିରେ ତାଙ୍କ ହାତ ଭାଙ୍ଗିଯିବା ସହିତ ମୁଣ୍ଡରେ ଗଭୀର କ୍ଷତ ହୋଇଛି। ସେ ବର୍ତ୍ତମାନ ଛଅ ନମ୍ୱର ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଅଚ୍ଛି। ଏହି ଘଟଣାରେ ବାଲିପାଟଣା ପୋଲିସ କେଶ ୩୨୮/୨୬ ରୁଜୁ କରି ମାତା ଭୋଇ, ସୁର ଭୋଇ, ପୁଅ ରାକେଶ ଭୋଇ ଓ ବୋହୁ ରୀନା ଭୋଇଙ୍କୁ କୋର୍ଟ ଚାଲାଣ କରିଛି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।