୪ରେ ଗଞ୍ଜାମ ଗସ୍ତରେ ଆସିବେ ରାଷ୍ଟ୍ରପତି: ତପ୍ତପାଣିଠାରେ ମା’ କନ୍ଧୁଣୀ ଦେବୀଙ୍କ କରିବେ ଦର୍ଶନ

Jul 21, 2026 - 18:19
୪ରେ ଗଞ୍ଜାମ ଗସ୍ତରେ ଆସିବେ ରାଷ୍ଟ୍ରପତି: ତପ୍ତପାଣିଠାରେ ମା’ କନ୍ଧୁଣୀ ଦେବୀଙ୍କ  କରିବେ ଦର୍ଶନ

ଛତ୍ରପୁର, ୨୧।୭ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଆସନ୍ତା ଅଗଷ୍ଟ ୪ ତାରିଖରେ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଞ୍ଜାମ ଜିଲା ଗସ୍ତରେ ଆସୁଛନ୍ତି। ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ବ୍ରହ୍ମପୁର ରେଳ ଷ୍ଟେସନରେ ପହଞ୍ଚିବା ପରେ ସେ ସଡ଼କ ପଥରେ ଓଡ଼ିଶାର ପ୍ରସିଦ୍ଧ ଉଷ୍ଣପ୍ରସ୍ରବଣ ତପ୍ତପାଣି ଗସ୍ତ କରିବେ।

ତପ୍ତପାଣିଠାରେ ମା’ କନ୍ଧୁଣୀ ଦେବୀଙ୍କ ଦର୍ଶନ କରିବା ସହ ସେଠାରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଯୋଗଦେବେ। ଏହାପରେ ସେ ସଡ଼କ ପଥରେ ଗୋପାଳପୁର ଅଭିମୁଖେ ଯାତ୍ରା କରି ସେଠାରେ ଅବସ୍ଥିତ ପ୍ରତିରକ୍ଷା ଏକାଡେମୀ ପରିଦର୍ଶନ କରିବେ।

ଗୋପାଳପୁରରେ ରାତ୍ରିଯାପନ କରିବା ପରେ ଅଗଷ୍ଟ ୫ ତାରିଖରେ ସେ ବ୍ରହ୍ମପୁର ରେଳ ଷ୍ଟେଶନରୁ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଭୁବନେଶ୍ୱର ଫେରିବେ ବୋଲି ସୂଚନା ମିଳିଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।