ଜଣେ ନକଲି IAS ଅଧିକାରୀଙ୍କ ଗିରଫ କଲା ପୋଲିସ

Jun 26, 2026 - 16:42
ଜଣେ ନକଲି IAS ଅଧିକାରୀଙ୍କ ଗିରଫ କଲା ପୋଲିସ

ଭୁବନେଶ୍ବର : ‘ମୁଁ ଉପଜିଲ୍ଲାପାଳ। ମୁଁ ଅମୁକ ଜିଲ୍ଲାରୁ ଆସିଛି। ମୁଁ ଫ୍ରେସ IAS ଅଧିକାରୀ। ମୋତେ ଗୋଟିଏ ବ୍ରାଣ୍ଡେଡ ଚଷମା ଦେଖାଅ। ମୋତେ ଗୋଟେ ଚଷମା ସେମିତି ମାଗଣାରେ ଦିଅ।’ ଏମିତି ଜଣେ ନକଲି IAS ଅଧିକାରୀ ପୋଲିସ ହାତରେ ଧରାପଡ଼ି ଗରିଫ ହୋଇଛନ୍ତି। ଦେଖନ୍ତୁ ଏହି ବାବୁ ଜଣଙ୍କୁ । ଏ ହେଉଛନ୍ତି ବିଶାଖାପାଟଣାର ବରଦା ସୂଧୀର। ନିଶା, ତାଙ୍କର ବ୍ରାଣ୍ଡେଡ ଜିନିଷ ହାତେଇବା। ନିଜକୁ କେତେବେଳେ ଆଇଏଏସ ଅଧିକାରୀ ତ କେତେବେଳେ ବିଭିନ୍ନ ସରକାରୀ ପଦ ପଦବୀ ଅଧିକାରୀ ବୋଲି ଦର୍ଶାଇ ମାଗଣାରେ ଜିନିଷ ଉଖାଳ କରିବା ବାବୁଙ୍କ ସଉକ। ଆଜି ବାବୁ ଜଣଙ୍କ ଭୁବନେଶ୍ବର ସହିଦନଗର ସ୍ଥିତ ଏକ ଚଷମା ସୋ ରୁମରେ ପଶି ଏଭଳି ଆଇଏଏସ ଅଧିକାରୀ ପରିଚୟ ଦେଇ ଲୁଟିବାକୁ ଉଦ୍ଯମ କରୁଥିଲେ। ଦୋକାନୀ ସନ୍ଦେହ କରି ସ୍ଥାନୀୟ ସହିଦନଗର ଥାନାକୁ ଖବର ଦେଇଥିଲେ। ପୋଲିସ ଦୋକାନରେ ପହଞ୍ଚି ଅଭିଯୁକ୍ତକୁ କାବୁ କରିଥିଲା। ବାବୁଙ୍କ ପାଖରୁ ଏକ ନକଲି ଆଇକାର୍ଡ଼ ଜବତ କରିଛି ପୋଲିସ। ଏପରିକି ଠକ ବରଦା ବାବୁ ନିଜକୁ ସବ କଲେକ୍ଟର ପରିଚୟ ଦେଇ ବହୁ ଲୋକଙ୍କୁ ହଇରାଣ ହରକତ କରିଥିବା ପୋଲିସ ଜାଣିବାକୁ ପାଇଛି। ସେପଟେ ଠକେଇର ପୂରା ନେଟୱାର୍କ ନେଇ ଖୋଲତାଡ଼ ଜାରି ରଖିଛି ସହିଦନଗର ଥାନା ପୋଲିସ।