ଛେନା ପରଟା 

Jun 30, 2026 - 16:12
ଛେନା ପରଟା 

 

ସାମଗ୍ରୀ _  ଅଟା ୫୦୦ ଗ୍ରାମ, ଛେନା ୨୫୦ଗ୍ରାମ,କଞ୍ଚା ଲଙ୍କା, ଅଦା, ଧନିଆପତ୍ର, ଡାଲଚିନି ।

ପ୍ରଣାଳୀ _  ଡାଲଚିନିକୁ ଗୁଣ୍ଡ କରି ଦିଅନ୍ତୁ । କଞ୍ଚା ଲଙ୍କା, ଅଦା, ଧନିଆ ପତ୍ରକୁ ଚୁନଚୁନ କରି କାଟି ଦିଅନ୍ତୁ । ଏହାପରେ ଛେନାରୁ ପାଣି ନିଗାଡି ରଖନ୍ତୁ । ଏହାକୁ ତେଲରେ ଭାଜନ୍ତୁ । ଉକ୍ତ ଛେନା ଭଜାରେ ପୂର୍ବରୁ କାଟି ରଖିଥିବା ସମସ୍ତ ସାମଗ୍ରୀ ଓ ଗୁଣ୍ଡ ମସଲା ପକାଇ ଭାଜନ୍ତୁ । ଏହାପରେ ଅଟାର ଗୁଳାରେ ଏହି ଛେନା ପୁରକୁ ଦେଇ ପରଟା ପ୍ରସ୍ତୁତ କରନ୍ତୁ । ଏହାକୁ ଘିଅ କିମ୍ବା ତେଲ ଦେଇ ସେକି ନିଅନ୍ତୁ, ପ୍ରସ୍ତୁତ ହୋଇଯିବ ଛେନା ପରଟା ।