ଛାତ୍ର ସଂସଦ ନିର୍ବାଚନ, କ୍ୟାମ୍ପସରେ ଶକ୍ତି ପ୍ରଦର୍ଶନ

Oct 09, 2026 - 19:54
ଛାତ୍ର ସଂସଦ ନିର୍ବାଚନ, କ୍ୟାମ୍ପସରେ ଶକ୍ତି ପ୍ରଦର୍ଶନ

ନନ୍ଦିଘୋଷ ବ୍ୟୁରୋ: ଛାତ୍ର ସଂସଦ ନିର୍ବାଚନ ପାଇଁ ଜୋରଦାର ଚାଲିଛି କସରତ। ୧୫ ତାରିଖରେ ନିର୍ବାଚନ ଥିବା ବେଳେ, ଆଜି ନାମାଙ୍କନ ଦାଖଲ କରିଛନ୍ତି ଆଶାୟୀ। ନିର୍ବାଚନୀ ମଇଦାନକୁ ଓହ୍ଲାଇବା ପୂର୍ବରୁ ବିଭିନ୍ନ କ୍ୟାମ୍ପସରେ ଶକ୍ତି ପ୍ରଦର୍ଶନ କରିଛନ୍ତି ଛାତ୍ର ସଙ୍ଗଠନ। ସମସ୍ତ କ୍ୟାମ୍ପସରେ ଆଜି ନାମାଙ୍କନ ପତ୍ର ଦାଖଲ କରିଥିଲେ ବିଭିନ୍ନ ଛାତ୍ର ସଙ୍ଗଠନରୁ ଲଢୁଥିବା ପ୍ରାର୍ଥୀ। ଯାହାର ବଡ଼ ଝଲକ ଦେଖିବାକୁ ମିଳିଥିଲା ରାଜଧାନୀ ଭୁବନେଶ୍ବରର ବିଭିନ୍ନ କ୍ୟାମ୍ପସରେ। ସମସ୍ତଙ୍କ ନଜରରେ ଥିବା ଉତ୍କଳ ବିଶ୍ୱବିଦ୍ୟାଳୟ ଓ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ଦେଖିବାକୁ ମିଳିଥିଲା ଆଖି ଦୃଶିଆ ଶୋଭାଯାତ୍ରା। ଉଭୟ ବିଶ୍ବବିଦ୍ୟାଳୟରେ ନାମାଙ୍କନ ଦାଖଲ ପୂର୍ବରୁ ବିରାଟ ପଟୁଆରରେ ଆସିଥିଲେ ପ୍ରାର୍ଥୀ। ବିଭିନ୍ନ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ ଛାତ୍ରଛାତ୍ରୀ। ସବୁଥର ଭଳି ଏଥର ମଧ୍ୟ କ୍ୟାମ୍ପସ ଦଖଲ କରିବାକୁ ଦୃଢ଼ୋକ୍ତି ପ୍ରକାଶ କରିଛି ଛାତ୍ର ବିଜେଡି। କ୍ୟାମ୍ପସରେ ଥିବା ସମସ୍ୟାକୁ ମୁଦ୍ଦା କରି ଛାତ୍ରଛାତ୍ରୀଙ୍କ ନିକଟକୁ ଯିବ ବୋଲି କହିଛନ୍ତି ଆଶାୟୀ ପ୍ରାର୍ଥୀ।

ସେହିପରି ଛାତ୍ର କଂଗ୍ରେସ ଓ ଏବିଭିପିର ଛାତ୍ରନେତା ମାନେ ମଧ୍ୟ ଏଥିରୁ ବାଦ୍ ପଡ଼ି ନାହାନ୍ତି। କ୍ଯାମ୍ପସ ହାତେଇବାକୁ ଜି ଜାନ୍ ଲଗାଇ ଦେଇଛନ୍ତି ଏହି ଛାତ୍ରନେତା। ଅନ୍ୟପଟେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଏଆଇଏସଏଫ୍ ଓ NSUIର ମିଳିତ ପ୍ରାର୍ଥୀ ମଧ୍ୟ ବହୁ ଭୋଟ ବ୍ୟବଧାନରେ ବିଜୟ ଲାଭ କରିବେ ବୋଲି ଆଶା ବାନ୍ଧିଛନ୍ତି। ସେପଟେ କଲେଜ ଓ ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ପ୍ରସଙ୍ଗ କରି ରଣାଙ୍ଗନକୁ ଓହ୍ଲାଇଛନ୍ତି ସ୍ବାଧୀନ ପ୍ରାର୍ଥୀ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)