ଛତ୍ରପୁର ବିଧାୟକଙ୍କୁ ସ୍ମାରକପତ୍ର ଦେଲେ ଫାର୍ମାସୀ ଅଫିସର, ମୂଳ ଦରମା ସଂଶୋଧନ ଦାବିରେ…
ଛତ୍ରପୁର,୨।୬(ଦିଲ୍ଲୀପ ସାମଲ): ଫାର୍ମାସୀ ଅଫିସରମାନେ ରାଜ୍ୟର ସ୍ବାସ୍ଥ୍ୟ ସେବା ବ୍ୟବସ୍ଥାର ଏକ ଅବିଭାଜ୍ୟ ଅଂଶ ଭାବେ ଔଷଧ ବିତରଣ, ରୋଗୀ ସେବା ସହଯୋଗ, ବିଭିନ୍ନ ଜାତୀୟ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମର ସଫଳ କାର୍ଯ୍ୟନ୍ବୟ ଓ ସରକାରୀ ହସ୍ପିଟାଲମାନଙ୍କ ସୁଚାରୁ ପରିଚାଳନାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ଓଡ଼ିଶାର ଫାର୍ମାସୀ ଅଫିସରମାନଙ୍କ ବେତନ ଅନ୍ୟାନ୍ୟ ରାଜ୍ୟ ଓ କେନ୍ଦ୍ର ସରକାରୀ ସଂସ୍ଥାମାନଙ୍କ ତୁଳନାରେ ଅତ୍ୟନ୍ତ କମ ଅଟେ। ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଫାର୍ମାସୀ ଅଫିସରମାନଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ଓ ବର୍ଦ୍ଧିତ ଦାୟିତ୍ୱକୁ ଦୃଷ୍ଟିରେ ରଖି ଫାର୍ମାସୀ ଅଫସର ସଂଘ ମୂଳ ବେତନ ସଂଶୋଧନ , ପଦୋନ୍ନତି ସୁବିଧା ଓ ବୃତ୍ତିଗତ ସ୍ବୀକୃତି ସମ୍ପର୍କିତ ଯୁକ୍ତିସଂଗତ ଦାବିଗୁଡ଼ିକୁ ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଛତ୍ରପୁର ବିଧାୟକଙ୍କୁ ଗଞ୍ଜାମ ଫାର୍ମାସୀ ଅଫିସରଙ୍କ ସଂଘ ତରଫରୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।
Odisha’s No.1 Odia Daily
The post ଛତ୍ରପୁର ବିଧାୟକଙ୍କୁ ସ୍ମାରକପତ୍ର ଦେଲେ ଫାର୍ମାସୀ ଅଫିସର, ମୂଳ ଦରମା ସଂଶୋଧନ ଦାବିରେ… appeared first on Dharitri Odia News.
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।