ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟରେ ହଇଚଇ,ସେକ୍ସ ରାକେଟ୍ରେ ଧରାପଡ଼ିଲେ କର୍ମଚାରୀ
ନିଶ୍ଚିନ୍ତକୋଇଲି,୨୬/୦୭: ସେକ୍ସ ରାକେଟ୍ରେ ସମ୍ପୃକ୍ତି ଥିବା ନେଇ ନିଶ୍ଚିନ୍ତକୋଇଲି ଗ୍ରାମ୍ୟ ଉନ୍ନୟନ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ କର୍ମଚାରୀ ପୁଲିସ ହାତରେ ଧରାପଡ଼ି ଜେଲ ଗଲେ । ଏହି ଘଟଣା ଜଣାପଡ଼ିବା ପରେ ଗ୍ରାମ୍ୟ ଉନ୍ନୟନ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ହଇଚଇ ସୃଷ୍ଟି ହୋଇଛି ।
ସୂଚନା ମୁତାବକ, ଦୀର୍ଘ ବର୍ଷ ହେଲା ନିଶ୍ଚିନ୍ତକୋଇଲି ଗ୍ରାମ୍ୟ ଉନ୍ନୟନ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସ୍ଥାନୀୟ କେରିଲୋ ପଞ୍ଚାୟତ ବାହାରବମ୍ଫୁ ଗ୍ରାମର ପ୍ରଦୀପ୍ତ କୁମାର ଦାସ କାର୍ଯ୍ୟକରି ଆସୁଛନ୍ତି । ଶୁକ୍ରବାର ରାତିରେ ପ୍ରଦୀପ୍ତ ଅସୁରେଶ୍ୱର ପଞ୍ଚାୟତ ଭାରିଗୋଳ ଗ୍ରାମର ଗୁନ ସେଠୀଙ୍କ ପୁଅ ନିତାଇଗୌର ସେଠୀଙ୍କ ସହ ମିଶି କେନ୍ଦ୍ରାପଡା ଜିଲ୍ଲା ଖମୋଳ ପଞ୍ଚାୟତ କାର୍ଯ୍ୟାଳୟର ଅନତି ଦୂରରେ ଥିବା ଏକ ଘରେ ଜନୈକା ବଙ୍ଗୀୟ ଦେହଜୀବୀଙ୍କ ସହ ଅନୈତିକ ସମ୍ପର୍କରେ ଲିପ୍ତ ଥିବାବେଳେ ଡେରାବିଶ ଥାନା ପୁଲିସ ଚଢ଼ଉ କରିଥିଲା । ଉକ୍ତ ଘରୁ ବଙ୍ଗୀୟ ଦେହଜୀବୀଙ୍କ ସହ ପ୍ରଦୀପ୍ତ ଓ ନିତାଇଗୌରକୁ ଗିରଫ କରିଥିଲା । ଏନେଇ ପୁଲିସ ପକ୍ଷରୁ ଡେରାବିଶ ଥାନାରେ ୧୯୦/୨୬ରେ ଏକ ମାମଲା ରୁଜୁ କରିବା ସହ ଉଭୟଙ୍କୁ କୋର୍ଟ ଚାଲାଣ କରିଥିଲା । ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ ହାଜତକୁ ପଠାଯାଇଥିବା ଜଣାଯାଇଛି ।
ଅଧିକ ପଢ଼ନ୍ତୁ :- Child burn injuries: ମା' ପେଜ ଗାଳିବା ବେଳେ ଅଘଟଣ, ଗରମ ପେଜରେ ପଡ଼ି ଶିଶୁକନ୍ୟା ଗୁରୁତର
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।