Sunny Deol viral video : ହଠାତ୍ ଏମିତି ବୟସ୍କ ଦେଖା ଯାଉଛନ୍ତି ସନ୍ନି ଦେଓଲ ? ପୂରା ଧର୍ମେନ୍ଦ୍ରଙ୍କ କପି : ଭିଡିଓ ଦେଖି ଲୋକଙ୍କ ପ୍ରତିକ୍ରିୟା
ମୁମ୍ୱାଇ-ସନ୍ନି ଦେଓଲ ଓ ଅକ୍ଷୟ ଖାନ୍ନାଙ୍କ ଫିଲ୍ମ ଇକ୍କା ନେଟଫ୍ଲିକ୍ସରେ ଆସି ସାରିଛି ଏବଂ ପୁଣି ଥରେ ବିଗତ ଦିନର ଏହି କଳାକାର ଚର୍ଚ୍ଚାରେ। ସସପେନ୍ସ, ଓ ଥ୍ରୀଲର ଫିଲ୍ମର ଏହି କାହାଣୀ କୋର୍ଟ ରୁମ୍ ଡ୍ରାମା ସହ ଜଡ଼ିତ ,ଯେଉଁଥିରେ ସନ୍ନି ଦେଓଲ ପୂର୍ବରୁ ହିଁ ମାହିର। ହେଲେ ଏଠାରେ ଆମେ ଫିଲ୍ମକୁ ନେଇ ଆଲୋଚନା କରୁନାହୁଁ , ବରଂ ସନ୍ନି ଦେଓଲଙ୍କ ବିଷୟରେ କଥା ହେବାକୁ ଯାଉଛୁ। ଉଲ୍ଲେଖନୀୟ ଯେ, ସନ୍ନି ଦେଓଲଙ୍କ କିଛି ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ତାଙ୍କୁ ଦେଖି ଲୋକେ ଖୁବ୍ ଆଶ୍ଚର୍ଯ୍ୟ ହେଉଛନ୍ତି।
ସନ୍ନି ଦେଓଲ ନିଜର ସଦ୍ୟ ଫିଲ୍ମ ‘ଇକ୍କା’ର ଟ୍ରେଲର ଲଞ୍ଚ ଇଭେଣ୍ଟରେ ସାମିଲ ହୋଇଥିଲେ। ଏହି ସମୟରେ ତାଙ୍କର ବଦଳି ଯାଇଥିବା ଲୁକ୍ ଲୋକଙ୍କ ଧ୍ୟାନ ଆକର୍ଷଣ କରିଥିଲା। ଅନେକ ସ୍ଥାନରେ ଲୋକେ ତାଙ୍କୁ ପାପା ଧର୍ମେନ୍ଦ୍ରଙ୍କ କପି କହିଥିବା ବେଳେ ଆଉ କିଛି କହିଥିଲେ – ଧର୍ମେନ୍ଦ୍ର ତାଙ୍କ ଠାରୁ ଅଧିକ ସ୍ମାର୍ଟ ଥିଲେ।
ସୋସିଆଲ ମିଡିଆରେ ସନ୍ନି ଦେଓଲଙ୍କର ପରିବର୍ତ୍ତିତ ଲୁକ୍ ଦେଖି ଲୋକେ କହିଥିଲେ , ଓଃ ଗଡ୍ ,ଗୋଟେ ସେକେଣ୍ଡ ପାଇଁ ମନେହେଲା ଯେମିତି ଏ ଧର୍ମେନ୍ଦ୍ର। ଜଣେ କହିଲେ – ସନ୍ନି ଦେଓଲ ହଠାତ୍ ବୁଢା କାହିଁକି ଦେଖା ଯାଉଛନ୍ତି ? ଆଉ ଜଣେ ପ୍ରଶଂସକ କହିଥିଲେ –ଏବେ ଇଏ ପୂରା ନିଜ ପାପାଙ୍କ ପରି ଦେଖା ଯାଉଛନ୍ତି। ସେଠାରେ ଆଉ କିଏ ଲେଖି ଥିଲେ –ଭାଇ ସେ ରାମାୟଣର ସୁଟିଂ ଆରମ୍ଭ କରି ଦେଇଛନ୍ତି , ଏଥିପାଇଁ ଦାଢି ହଟେଇ ନେଇଛନ୍ତି ଏବଂ ଏମିତି ଲାଗୁଛନ୍ତି। ବହୁତ ଲୋକ ତାଙ୍କୁ ଧର୍ମେନ୍ଦ୍ରଙ୍କ ପୂରା କପି କହୁଛନ୍ତି।
ସୋସିଆଲ ମିଡିଆରେ ନଜର ଆସୁଥିବା ଏକ ଭିଡିଓରେ ସେ ଧଳ ରଙ୍ଗର ଜୋତା ପିନ୍ଧିବାର ନଜର ଆସିଛନ୍ତି। କହୁଛନ୍ତି – ଅରେ ଜୋତା କେହି ନେବାର ନାହିଁ କି ? ପ୍ରକୃତ କଥା ଯେ, ତାଙ୍କର ଏକ ଭିଡିଓ ସାମ୍ନାକୁ ଆସି ଥିଲା , ଯେଉଁଥିରେ ସେ ଧଳା ରଙ୍ଗର ଜୋତା ପିନ୍ଧିଥିବାର ଦେଖିବାକୁ ମିଳିଥିଲା।ଭିଡିଓରେ ପାପରାଜି ତାଙ୍କର ଜୋତାର ପଛ ଭାଗ କ୍ୟାପଚର କରି ନେଇଥିଲେ। ଏହି ଭିଡିଓ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ ମଧ୍ୟ କରାଯାଇ ଥିଲା ଏବଂ ତାଙ୍କର ଜୋତାକୁ ନେଇ ଅନେକ ମିମ୍ସ ମଧ୍ୟ ଲୋକେ କରି ଥିଲେ।
ଆହୁରି ମଧ୍ୟ ପଢନ୍ତୁ : Rajpal Yadav’s First Post: ହାଇକୋର୍ଟଙ୍କ ରାୟ ମଧ୍ୟରେ ପ୍ରଥମ ପୋଷ୍ଟ ସେୟାର କଲେ ରାଜପାଲ ଯାଦବ , ଭିଡିଓରେ ନଜର ଆସିଲେ ଅକ୍ଷୟ କୁମାର
ସନ୍ନି ଦେଓଲ ଖୁବ୍ ଶୀଘ୍ର ରଣବୀର କପୁରଙ୍କ ସହ ଫିଲ୍ମ ରାମାୟଣରେ ନଜର ଆସିବେ,ଯାହାର ଟ୍ରେଲର ଏହି ମାସରେ ରିଲିଜ ହେଉଛି। ଅନ୍ୟପଟେ ଓଟିଟିରେ ୧୦ ଜୁଲାଇରେ ରିଲିଜ ହୋଇଥିବା ସଦ୍ୟ ଫିଲ୍ମ ଇକ୍କା କଥା ଯଦି କହିବା ତ ଏଥିରେ ସନ୍ନି ଦେଓଲଙ୍କ ସହ ଦିୟା ମିର୍ଜା ଓ ଅକ୍ଷୟ ଖାନ୍ନାଙ୍କ ଭଳି କଳାକାର ମଧ୍ୟ ଅଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।