Welcome!

Unlock your personalized experience.
Sign Up

ଖଡ଼ିଆଳ ଉପଖଣ୍ଡ ହସ୍ପିଟାଲରେ ବିଜୁଳି ନାହିଁ, ରୋଗୀଙ୍କୁ ଭରସା ମୋବାଇଲ୍ ଲାଇଟ୍...

Jul 19, 2026 - 12:35
ଖଡ଼ିଆଳ ଉପଖଣ୍ଡ ହସ୍ପିଟାଲରେ ବିଜୁଳି ନାହିଁ, ରୋଗୀଙ୍କୁ ଭରସା ମୋବାଇଲ୍ ଲାଇଟ୍...

ଖଡ଼ିଆଳ,୧୯/୦୭: ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟରେ ଶୁକ୍ରବାର ରାତି ୧୧ଟାରୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଥିବାରୁ ହସ୍ପିଟାଲରେ ଚିକିତ୍ସା ସେବା ସମ୍ପୂର୍ଣ୍ଣ ବ୍ୟାହତ ହୋଇପଡ଼ିଛି । ପ୍ରାୟ ୧୨ଘଣ୍ଟାରୁ ଅଧିକ ସମୟ ଧରି ବିଦ୍ୟୁତ୍ ନଥିବାରୁ ଡାକ୍ତର ଓ ନର୍ସମାନେ ମୋବାଇଲ ଲାଇଟ ଆଲୁଅରେ ରୋଗୀଙ୍କୁ ସାଲାଇନ, ଇଞ୍ଜେକସନ, ବିପି ଟେଷ୍ଟ ଓ ସୁଗର ଟେଷ୍ଟ ସମେତ ଅନ୍ୟାନ୍ୟ ଜରୁରି ଚିକିତ୍ସା କରୁଥିବା ଦେଖିବାକୁ ମିଳିଛି । ଇନପୁଟ ଲାଇନରେ ତ୍ରୁଟି ଥିବାରୁ ଜେନେରେଟର ମାଧ୍ୟମରେ ମଧ୍ୟ ବିଦ୍ୟୁତ ସଂଯୋଗ କରାଯାଇ ପାରୁନାହିଁ । ଫଳରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ହସ୍ପିଟାଲ ପରିସରରେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇଛି ।

ଅଧିକ ପଢ଼ନ୍ତୁ :-  SCB Fire Tragedy: କଟକ ବଡ଼ ଡାକ୍ତରଖାନା ଅଗ୍ନିକାଣ୍ଡ ମାମଲା, ନ୍ୟାୟିକ କମିସନଙ୍କ କାର୍ଯ୍ୟକାଳ ଦୁଇ ମାସ ବୃଦ୍ଧି

ଏ ସମ୍ପର୍କରେ ଉପଖଣ୍ଡ ଚିକିତ୍ସାଳୟର ଇନଚାର୍ଜ ଡା.ରଞ୍ଜିତ ରାଉତ କହିଛନ୍ତି ଯେ ଆମେ ଏ ବିଷୟରେ ନୂଆପଡ଼ା ସିଡିଏମଓ, ନୂଆପଡ଼ା ବିଦ୍ୟୁତ୍ ବିଭାଗର ଏକ୍ଜିକ୍ୟୁଟିଭ ଇଞ୍ଜିନିୟର ଏବଂ ଖଡ଼ିଆଳ ବିଦ୍ୟୁତ ବିଭାଗର ଏସ୍ଡିଓଙ୍କୁ ଲିଖିତ ଭାବେ ଅବଗତ କରାଇସାରିଛୁ । ନୂଆପଡ଼ାରୁ ଏକ ଟିମ ଆସି ମରାମତି କାର୍ଯ୍ୟ କରୁଛନ୍ତି । କିନ୍ତୁ ଫଲ୍ଟ ଚିହ୍ନଟ ହୋଇନପାରୁଥିବାରୁ ବିଦ୍ୟୁତ୍ ସଂଯୋଗରେ ବିଳମ୍ବ ହେଉଛି । ବିଦ୍ୟୁତ୍ ଅଭାବରୁ ଜରୁରୀକାଳୀନ ସେବା ପ୍ରଭାବିତ ହେଉଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । ତିନିଦିନରୁ ଅଧିକ ହେବ ଲାଇଟ ସମସ୍ୟା ରହିଥିବା ରୋଗୀମାନେ ପ୍ରକାଶ କରିଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।