କ୍ୱାର୍ଟର୍ସରେ ଝୁଲିପଡ଼ିଲେ ମହିଳା IIC ବିୟୁଟି: ମୃତ୍ୟର କାରଣ ଅସ୍ପଷ୍ଟ
କଟକ,୪।୭(ପ୍ରଭୁକଲ୍ୟାଣ ପାଲ୍): କଟକରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଚାଉଳିଆଗଞ୍ଜ ଥାନା ଅଧିକାରୀ ମହିଳା ଆଇଆଇସି ବିୟୁଟି ମହାନ୍ତି ଆତ୍ମହତ୍ୟା କରିଛନ୍ତି। ମହିଳା ଆଇଆଇସି ଜଣଙ୍କ ନିଜ କ୍ୱାର୍ଟର୍ସରେ ଝୁଲିପଡ଼ିଛନ୍ତି। ମୃତ୍ୟର କାରଣ ଅସ୍ପଷ୍ଟ ରହିଥିଲାବେଳେ, ମୃତଦେହକୁ ଏସସିବି ମେଡିକାଲକୁ ପଠାଯାଇଛି। ଘଟଣା ସ୍ଥଳରେ ଉଚ୍ଚ ପଦସ୍ତ ପୋଲିସ ଅଧିକାରୀ ଉପସ୍ଥିତ ରହିଛନ୍ତି। ପୂର୍ବରୁ କଟକର ବିଭିନ୍ନ ଥାନା ଯେପରି ମର୍କତ ନଗର ମହିଳା ଥାନାରେ ଥାନା ଅଧିକାରୀ ଭାବରେ କାର୍ଯ୍ୟ କରିଥିଲେ ବିୟୁଟି।
Dharitri – Odisha’s No.1 Odia Daily
The post କ୍ୱାର୍ଟର୍ସରେ ଝୁଲିପଡ଼ିଲେ ମହିଳା IIC ବିୟୁଟି: ମୃତ୍ୟର କାରଣ ଅସ୍ପଷ୍ଟ appeared first on Dharitri Odia News.