04 AUGUST 2026

Welcome!

Unlock your personalized experience.
Sign Up

କୁମ୍ଭୀର ଆକ୍ରମଣକୁ ରୋକିବା ପାଇଁ ବନ ବିଭାଗର ପଦକ୍ଷେପ, ଜାରି ହେଲା ହେଲ୍ପଲାଇନ ନଂ

Aug 04, 2026 - 22:33
କୁମ୍ଭୀର ଆକ୍ରମଣକୁ ରୋକିବା ପାଇଁ ବନ ବିଭାଗର ପଦକ୍ଷେପ, ଜାରି ହେଲା ହେଲ୍ପଲାଇନ ନଂ

ଭୁବନେଶ୍ବର, ୪।୮ : ବର୍ଷା ଋତୁରେ ବ୍ରାହ୍ମଣୀ, ମହାନଦୀ ଏବଂ ବୈତରଣୀ ନଦୀ ପ୍ରଣାଳୀରେ ଜଳସ୍ତର ବୃଦ୍ଧିକୁ ଦୃଷ୍ଟିରେ ରଖି, ଲୁଣାଜଙ୍ଗଲ ବନଖଣ୍ଡ (ବନ୍ୟପ୍ରାଣୀ), ରାଜନଗର ବନ ବିଭାଗ ପକ୍ଷରୁ ଏକ ଜରୁରୀକାଳୀନ ହ୍ୱାଟ୍ସଆପ୍ ହେଲ୍ପଲାଇନ୍ ନମ୍ବର ୯୯୩୮୯୧୪୧୦୧ ଜାରି କରାଯାଇଛି। ମଣିଷ-କୁମ୍ଭୀର ସଂଘର୍ଷର ବିପଦକୁ ହ୍ରାସ କରିବା ଏବଂ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ବିପଦସଙ୍କୁଳ ଗ୍ରାମଗୁଡ଼ିକରେ 'ଘରକୁ ଘର ବୁଲି' (Door-to-Door) ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ ହୋଇଛି।

ବନ୍ୟାଜଳ ବୃଦ୍ଧି ହେତୁ ନଦୀକୂଳିଆ ଅଞ୍ଚଳରୁ କୁମ୍ଭୀରମାନେ ଜନବସତି କିମ୍ବା ଲୋକମାନେ ବ୍ୟବହାର କରୁଥିବା ନଦୀଘାଟ ନିକଟକୁ ଚାଲି ଆସିବାର ଯଥେଷ୍ଟ ସମ୍ଭାବନା ରହିଛି। ଜନସାଧାରଣଙ୍କ ସୁରକ୍ଷା ପାଇଁ ବନ ବିଭାଗର କ୍ଷେତ୍ର କର୍ମଚାରୀମାନେ ବନ୍ୟାପ୍ରବଣ ଗ୍ରାମଗୁଡ଼ିକ ପରିଦର୍ଶନ କରି କୁମ୍ଭୀର ସହିତ ସମ୍ଭାବ୍ୟ ମୁକାବିଲା ଏବଂ ଏଥିରୁ ରକ୍ଷା ପାଇବା ପାଇଁ ସତର୍କତାମୂଳକ ପଦକ୍ଷେପ ବିଷୟରେ ଲୋକଙ୍କୁ ସଚେତନ କରାଯାଉଅଛି।ବର୍ଷା ଋତୁରେ ଅତି ଆବଶ୍ୟକ ନଥିଲେ ନଦୀ, କେନାଲ କିମ୍ବା ନାଳ ମଧ୍ୟକୁ ପ୍ରବେଶ କରନ୍ତୁ ନାହିଁ। ପାଣି ସଂଗ୍ରହ, ମାଛ ଧରିବା କିମ୍ବା ଗାଧୋଇବା ସମୟରେ ବିଶେଷ ସତର୍କ ରହିବାକୁ କୁହାଯାଇଛି।

ଆହୁରି ପଢନ୍ତୁ : ସଚିବସ୍ତରୀୟ ବୈଠକ : ବନ୍ୟା ପରବର୍ତ୍ତୀ କ୍ଷୟକ୍ଷତି ଆକଳନ, ଘାଇ ମରାମତି ଓ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।