କିରୋସିନ ଢାଳି ନିଜକୁ ଜାଳିଦେଲେ ଯୁବତୀ, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର ବେଳେ ମୃତ୍ୟୁ

Jul 15, 2026 - 12:02
କିରୋସିନ ଢାଳି ନିଜକୁ ଜାଳିଦେଲେ ଯୁବତୀ, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର ବେଳେ ମୃତ୍ୟୁ

ବ୍ରହ୍ମପୁର, ୧୫।୭(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ବ୍ରହ୍ମପୁର ବଡ଼ବଜାର ଥାନା ଶାନ୍ତିନଗରରେ ଏକ ଅଭାବନୀୟ ଘଟଣା ବୁଧବାର ଘଟିଛି। ଜଣେ ଯୁବତୀ ଘର ଭିତରେ ନିଜ ଦେହରେ କିରୋସିନ ଢାଳି ଜାଳି ହୋଇଯାଇଛନ୍ତି। ତାଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର ବେଳେ ରାସ୍ତାରେ ଖଲ୍ଲିକୋଟ ନିକଟରେ ମୃତ୍ୟୁବରଣ କରିଛନ୍ତି। ସେ ହେଲେ ରବୀନ୍ଦ୍ର ବେହେରାଙ୍କ ଝିଅ ରାଜେଶ୍ୱରୀ ବେହେରା(୨୭)। ଯୁବତୀ ଜଣଙ୍କ ମାନସିକ ରୋଗରେ ଆକ୍ରନ ହୋଇ ଗତ ଦୁଇବର୍ଷ ହେଲେ ଡା.ଚନ୍ଦ୍ର ଶେଖର ତ୍ରିପାଠୀଙ୍କ ନିକଟରେ ଚିକିତ୍ସିତ ହେଉଥିଲେ ବୋଲି ଥାନାଧିକାରୀ ଆଶିଷ ସ୍ବାଇଁ ସୂଚନା ଦେଇଛନ୍ତି। ଘଟଣାରୁ ପ୍ରକାଶ ଯେ, ରବୀନ୍ଦ୍ର ବେହେରା ଓ ତାଙ୍କ ପରିବାର ଲୋକେ ମଙ୍ଗଳବାର ରାତ୍ର ଖାଇସାରି ଶୋଇଥିଲେ। ବୁଧବାର ସକାଳେ ଝିଅର ଚିତ୍କାର ଶୁଣି ସମସ୍ତେ ଉଠିଥିଲେ। ଝିଅ ଜଳୁଥିବା ଦେଖି ତାଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରାଯାଇଥିଲା। ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଏମ୍‌କେସିଜିରେ ଭର୍ତ୍ତି କରିଥିଲେ।

 

Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।